ରୋଜ୍‌ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍‌ ମାମଲା: ସିବିଆଇକୁ ପୁଲିସ କମିସନରଙ୍କ ବାସଭବନ ଭିତରକୁ ଯିବାକୁ ଦେଲା ନାହିଁ କୋଲକାତାର ପୁଲିସ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ଘଟିଲା। ରୋଜ୍‌ ଭ୍ୟାଲି ଓ ସାରଦା ଚିଟଫଣ୍ଡ ସ୍କାମ୍‌ ମାମଲାରେ ରବିବାର ସିବିଆଇ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା ପାଇଁ ତାଙ୍କ ବାସଭବନ ନିକଟରେ ଯାଇ ପହଞ୍ଚିଥିଲା। ସିବିଆଇ ସେଠାରେ ପହଞ୍ଚି ପୁଲିସ କମିଶନରଙ୍କ ବାସଭବନ ଭିତରକୁ ଯିବାକୁ କହିଥିଲେ ହେଁ, କୋଲକତା ପୁଲିସ ସେମାନଙ୍କୁ ଅଟକାଇ ଦେଇଥିଲା। ଏଥିସହିତ ସିବିଆଇକୁ ଓ୍ଵାରେଣ୍ଟ ଦେଖାଇବାକୁ କହିଥିଲା।

କୋଲକତା ପୁଲିସ କମିଶନରଙ୍କ ବାସଭବନକୁ ଚାରିଆଡୁ ପୁଲିସ ଘେରି ଦେଇଛି। ଏହି ଘଟଣାକୁ ନେଇ କୋଲକାତାରେ ସିବିଆଇ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏଥିସହିତ ଏହାକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଦେଖା ଦେଇପାରେ। ତେବେ କଥା ଉଠୁଛି କି ପୁଲିସ କମିଶନର ରାଜୀବ କୁମାର ସିବିଆଇ ଦ୍ୱାରା ଗିରଫ ଭୟରେ ତାଙ୍କ ବାସଭବନରେ ଅଛନ୍ତି ନା କେଉଁଆଡେ ଫେରାର ହୋଇଯାଇଛନ୍ତି  ତାହା ସ୍ପଷ୍ଟ ହୋଇପାରି ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୬ରେ ରାଜୀବ କୁମାର କୋଲକାତାର ପୁଲିସ କମିଶନର ନିଯୁକ୍ତ ହୋଇଥିଲେ। ରୋଜ୍‌ ଭ୍ୟାଲି ଦୁର୍ନୀତିରେ୧୫ ହଜାର କୋଟି ଟଙ୍କା ଓ ସାରଦା ସ୍କାମରେ ୨୫୦୦ କୋଟି ଟଙ୍କା ଉଭୟ ମାମଲାରେ ଅଭିଯୁକ୍ତମାନେ କ୍ଷମତାସୀନ ତୃଣମୂଳ କଂଗ୍ରେସର ପ୍ରଭାବଶାଳୀ ବ୍ୟକ୍ତି ବୋଲି ଜଣାଯାଇଛି। ରାଜୀବ କୁମାର ଶୁକ୍ରବାର ଦିନ ଶେଷ ଥର ପାଇଁ ଅଫିସ ଆସିଥିଲେ, ହେଲେ ତା’ପରେ ତାଙ୍କର ପତ୍ତା ମିଳୁ ନ ଥିବା କୁହାଯାଉଛି।

 

ସମ୍ବନ୍ଧିତ ଖବର