ଚକୋଲେଟରେ ଶୋଭା ପାଇଲେ ଗଣେଶ

ଇନ୍ଦୋର: ଗଣେଷ ଚତୁର୍ଥୀ ଅଵସରରେ ସାରା ଭାରତରେ ମହାବିନାୟକଙ୍କ ସୁଦୃଶ୍ୟ ମୂର୍ତ୍ତି ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବାପ୍ପାଙ୍କ ଭବ୍ୟ ଏବଂ ମନମୋହକ ମୂର୍ତ୍ତିର ସ୍ଥାପନା କରାଯାଇଛି । କେଉଁଠାରେ ଲମ୍ବୋଦରଙ୍କ ଇକୋ ଫ୍ରେଣ୍ଡଲୀ ମୂର୍ତ୍ତି ସ୍ଥାପନା କରାଯାଇଥିବା ବେଳେ ଅନ୍ୟ କେଉଁଠି ସିଦ୍ଧିବିନାୟକ ମଣ୍ଡପରେ ବିଜ୍ଞାନ ଏବଂ ଜ୍ଞାନକୌଶଳର ସନ୍ଦେଶ ଦିଆଯାଇଛି । ତେବେ ମଧ୍ୟପ୍ରଦେଶ ଇନ୍ଦୋରର ଶିଳ୍ପୀ ନିଧି ବର୍ମା ଚକୋଲେଟରେ ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି |

କ୍ଷୀର ଓ ଚକୋଲେଟକୁ ମିଶାଇ ନିଧି ପାଖାପାଖି ୪ଟି ଗଣେଶ ମୂର୍ତ୍ତି ଗଢ଼ିଥିବାବେଳେ ଏଗୁଡ଼ିକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଦିଆଯିବ ବୋଲି ନିଧି କହିଛନ୍ତି | ଏଠାରେ ସୂଚନା ଥାଉ କି ଚଳିତବର୍ଷ ବାଙ୍ଗାଲୋରରେ ମଧ୍ୟ ନଡିଆ ଗଣେଷ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି ।

ଏହି ମୂର୍ତ୍ତିକୁ ପ୍ରସ୍ତୁତ କରିବା ପାଇଁ ମୋଟ ୯,୦୦୦ ନଡିଆର ବ୍ୟବହାର କରାଯାଇଛି । କୁହାଯାଉଛି ଏହି ନଡିଆ ଗଣେଷ ପ୍ରସ୍ତୁତି ପାଇଁ ୨୦ ଦିନ ସମୟ ଲାଗିଥିଲା । ଏହା ଉପରେ କାମ କରୁଥିବା ୭୦ ଜଣ ଲୋକ ଇକୋ ଫ୍ରେଣ୍ଡଲି ଗଣେଷ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ।

ସମ୍ବନ୍ଧିତ ଖବର