ମନି ଲଣ୍ଡରିଂରୁ ବିପୁଳ ଆୟ କରିଥିଲେ ଚୋକ୍‌ସି

0 76

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ୍‌ ଚୋକ୍‌ସି ଅନ୍ୟାୟ ଉପାୟରେ ବିପୁଳ ପରିମାଣର ଅର୍ଥ ଉପାର୍ଜନ କରି ଏକ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ମନି ଲଣ୍ଡରିଂ ଜରିଆରେ ସେ ୧୨୦୦ କୋଟି ଟଙ୍କାର ସମ୍ପତ୍ତି ସୃଷ୍ଟି କରିଥିଲେ ବୋଲି ଜଣାପଡ଼ିିଛି। ପିଏନ୍‌ବି ଠକେଇ ସାମ୍ନାକୁ ଆସିବା ପରେ ଚୋକ୍‌ସିଙ୍କ ୪୧ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜବତ କରାଯାଇଥିଲା। ଏହି ସବୁ ସମ୍ପତ୍ତି ମନି ଲଣ୍ଡରିଂ ଜରିଆରେ ସୃଷ୍ଟି କରାଯାଇଥିଲା। ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍‌ଏଲ୍‌ଏ)କୁ ନେଇ ଗଠିତ ଏକ ପ୍ରାଧିକରଣ ଚୋକ୍‌ସିଙ୍କ ସମ୍ପର୍କିତ ମାମଲାର ଶୁଣାଣି କରିବା ବେଳେ ଏହା କହିଛନ୍ତି। ଯେହେତୁ ସବୁ ସମ୍ପତ୍ତି ମନି ଲଣ୍ଡରିଂରୁ ସୃଷ୍ଟି କରାଯାଇଛି, ତେଣୁ ସେଗୁଡ଼ିକୁ ସେହିଭଳି ଜବତ ରଖାଯାଉ ବୋଲି ପ୍ରାଧିକରଣ ନିର୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରିରେ ଚୋକ୍‌ସିଙ୍କ ମୁମ୍ବାଇରେ ଥିବା ୧୫ଟି ଫ୍ଲାଟ୍‌, ୧୭ଟି କାର୍ଯ୍ୟାଳୟ, କୋଲ୍‌କାତାର ଏକ ମଲ୍‌, ଅଲିବାଗ୍‌ରେ ଥିବା ଚାରି ଏକରର ଫାର୍ମ ହାଉସ୍‌, ନାସିକ୍‌, ନାଗପୁର, ପନ୍‌ଭେଲ୍‌ ଓ ତାମିଲନାଡୁରେ ଥିବା ୨୩୧ ଏକର ଜମିକୁ ଇଡି ପକ୍ଷରୁ ଅସ୍ଥାୟୀ ରୂପେ ଜବତ କରାଯାଇଥିଲା। ଚୋକ୍‌ସିଙ୍କର ଯେତେ ସବୁ ସମ୍ପତ୍ତି ଜବତ କରାଯାଇଥିଲା ସେଥିରେ ଏବେ ଇଡି ନିଜର ବୋର୍ଡ ଲଗାଇପାରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.