ଛୋଟା ସକିଲ୍‌ର ଭାଇ ଦୁବାଇରେ ଗିରଫ

ନୂଆଦିଲ୍ଲୀ: ଭାରତର ମୋଷ୍ଟ୍‌ ୱାଣ୍ଟେଡ୍‌ ଆତଙ୍କବାଦୀ ତଥା ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ର ସହଯୋଗୀ ଛୋଟା ସକିଲ୍‌ର ଭାଇ ଅନୱର ସେଖ୍‌ ଦୁବାଇରୁ ଗିରଫ ହୋଇଛି। ଅବୁଧାବି ଏୟାରପୋର୍ଟରେ ତାକୁ ପୁଲିସ ଗିରଫ କରିଛି ଏବଂ ତା’ ପାଖରୁ ପାକିସ୍ତାନୀ ପାସପୋର୍ଟ ସମେତ କେତେକ ନକଲି ଦସ୍ତାବିଜ ଜବତ ହୋଇଛି। ଅନୱର ବିରୋଧରେ ପୂର୍ବରୁ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ହୋଇଥିଲା। ଏବେ ଭାରତୀୟ ଦୂତାବାସ ଅନୱରକୁ ଭାରତ ଆଣିବା ପାଇଁ ପ୍ରୟା‌ସ ଆରମ୍ଭ କରିଛି। ଦୁବାଇ ପୁଲିସ୍‌ ସହ ଦୂତାବାସର ବରିଷ୍ଠ ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର