ଚୌକିଦାର ହିଁ ଚୋର: ଠାକରେ

ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ମୋଦୀ ସରକାର ସବୁବେଳେ ବିରୋଧୀ ଦଳଙ୍କଠାରୁ ସମାଲୋଚନାର ଶିକାର ହେଉଥିବା ବେଳେ ଏବେ ସହଯୋଗୀ ଦଳ ମଧ୍ୟ ଘେରିବା ଆରମ୍ଭ କଲେଣି। ଏନ୍‌ଡିଏ ସହଯୋଗୀ ଦଳ ଶିବସେନା ଆଜି ର‌ାଫେଲ୍‌ ଚୁକ୍ତିକୁ କେନ୍ଦ୍ରକରି ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏ ପ୍ରସଙ୍ଗରେ କଂ‌ଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସ୍ଲୋଗାନ୍‌କୁ ଦୋହରାଇ ‘ଚୌକିଦାର ହିଁ ଚୋର’ ବୋଲି କହିଛନ୍ତି। ଏଭଳି କହି ‌େସ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟା‌େ‌ର୍ଗଟ୍‌ କରିଛନ୍ତି। ଉଦ୍ଧବଙ୍କ ଏଭଳି ବୟାନ ପରେ ଜାତୀୟ ରାଜନୀତି ସରଗରମ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ୍‌ ଚୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ‘ଚୌକିଦାର ଚୋର୍‌ ହୈ’ ବୋଲି ବାରମ୍ବାର କହୁଛନ୍ତି। କିନ୍ତୁ ଏନ୍‌ଡିଏ ସହଯୋଗୀ ହିସାବରେ ଶିବସେନା ମୁଖ୍ୟ ଉଦ୍ଧବଙ୍କ ମୁହଁରେ ରାହୁଲଙ୍କ ସ୍ଲୋଗାନ୍‌ ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।
ମହାରାଷ୍ଟ୍ରର ପଂଢରପୁରରେ ଏକ ଜନସମାବେଶକୁ ଉଦ୍‌ବୋଧନ ଦେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ର‌ାଫେଲ୍‌ ଚୁକ୍ତିରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ପ୍ରତିରକ୍ଷା କ୍ଷେତ୍ରରେ କାଣିଚାଏ ଅଭିଜ୍ଞତା ନଥିବା ଏକ କମ୍ପାନିକୁ ଚୁକ୍ତି ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର