ଚୌକିଦାରଙ୍କ ସ୍ତ୍ରୀ, ପୁଅକୁ ହତ୍ୟା

ଚେନାଇ: ତାମିଲନାଡୁର ଥୀରୁଥାନୀ ସହରରେ ଗୋଟିଏ ପରିବାରର ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ଏକ ଟାୟାର୍‌ କାରଖାନାରେ ଚୌକିଦାର ଭାବେ କାର୍ଯ୍ୟରତ ଭାନାପେରୁମଲ୍‌ ରାତ୍ରିକାଳୀନ କାର୍ଯ୍ୟ ସାରି ସୋମବାର ସକାଳ ଘରକୁ ଫେରି ରକ୍ତାକ୍ତ ଅବସ୍ତାରେ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ଦେଖିବାକୁ ପାଇଥିଲେ। ଡକାୟତମାନେ ତାଙ୍କ ସ୍ତ୍ରୀ ବରଲକ୍ଷ୍ମୀଙ୍କୁ ଅତି ନିର୍ମମ ଭାବେ ହାଣିବା ସହ ତାଙ୍କର ୧୦ ବର୍ଷର ପୁଅ ବଧିରାଜକୁ ଇଲେକ୍ଟ୍ରିକ୍‌ ତାର ସାହାଯ୍ୟରେ ତଣ୍ଟିଚିପି ହତ୍ୟା କରିଥିବା ପ୍ରକାଶ। ହତ୍ୟା କରିବା ପରେ ଡକାୟତମାନେ ୨୦,୦୦୦ ଟଙ୍କା ଲୁଟିନେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର