କଂଗ୍ରେସ ପାଇଁ ଅଡୁଆ , ଭିଭିଆଇପି ହେଲିକାପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ମିସେଲକୁ ଆଜି ରାତିରେ ଭାରତ ଅଣାଯିବ

ନୂଆଦିଲ୍ଲୀ : କଂଗ୍ରେସ ଓ ଗାନ୍ଧୀ ପରିବାର ବିରୋଧରେ ମୋଦି ସରକାରଙ୍କୁ ଏକ ବଡ଼ ଅସ୍ତ୍ର ମିଳିଯାଇଛି । ବହୁ କୋଟି ଟଙ୍କାର ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ହେଲିକାପ୍ଟର କିଣା ବେଳେ ମଧ୍ୟସ୍ଥି ଥିବା ବ୍ରିଟିଶ ବ୍ୟବସାୟୀ ଖ୍ରୀଷ୍ଟିଆନ ମିସେଲ କୁ ଆଜି ରାତିରେ ଭାରତ ଅଣାଯିବାର ସମ୍ଭାବନା ରହିଛି । ଆଜି ଦୁବାଇ ସରକାର ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରତ୍ୟାର୍ପଣ ବିରୋଧରେ ଗତ ମାସରେ ମିସେଲ ୟୁଏଇର ଏକ କୋର୍ଟରେ କରିଥିବା ଆବେଦନ ଅଗ୍ରାହ୍ୟ ହୋଇଯାଇଥିଲା। ଗତ ବର୍ଷ ତାଙ୍କୁ ଦୁବାଇରେ ଗିରଫ କରାଯାଇଥିଲା ଓ ସେ ତାପରେ ଜାମିନରେ ଥିଲେ ।

ବହୁ କୋଟି ଟଙ୍କାର ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ଭିଭିଆଇପି ହେଲିକାପ୍ଟର ଦୁର୍ନୀତି ମାମଲାରେ ହୋଇଥିବା ଲାଞ୍ଚ କାରବାରରେ ସେ ମଧ୍ୟସ୍ଥି ଥିବା ଅଭିଯୋଗରେ ଭାରତର ସିବିଆଇ ତାଙ୍କୁ ଖୋଜୁଛି । ଏହି ଲାଞ୍ଚ କାରବାରରେ ଗାନ୍ଧିପରିବାର ଫାଇଦା ପାଇଥିବା ଅଭିଯୋଗ ହେଉଛି । ମିସେଲକୁ ଭାରତ ଅଣାଯିବା ପରେ ତାଠାରୁ ଏ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ଏବେ ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ଏହି ଘଟଣା କଂଗ୍ରେସକୁ ଅଡୁଆରେ ପକାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର