୨୬/୧୧ ଭଳି ଆକ୍ରମଣ ଭଣ୍ଡୁର କରିବାକୁ ୫ ତାରକା ହୋଟେଲଗୁଡ଼ିକୁ ପରାମର୍ଶ ଦେବ ସିଆଇଏସ୍ଏଫ୍
ନୂଆଦିଲ୍ଲୀ: ୨୬/୧୧ ଭଳି ଆତଙ୍କ ଆକ୍ରମଣକୁ ମୁକାବିଲା କରିବାକୁ ପ୍ରସ୍ତୁତି ହେବା ନିମନ୍ତେ ପଞ୍ଚତାରକା ହୋଟେଲ୍ଗୁଡ଼ିକୁ ନିରାପତ୍ତା ପରାମର୍ଶ ଦେବାକୁ ସ୍ଥିର କରିଛି ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ।
Sambad is now on WhatsApp
Join and get latest news updates delivered to you via WhatsApp
୪୯ତମ ପ୍ରତିଷ୍ଠାଦିବସ ପାଳନ କରୁଥିବା କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ ଏଥି ପାଇଁ ନକ୍ସା ପ୍ରସ୍ତୁତ କରି ସାରିଛି। ତାଜ୍ ମହଲ ଓ ଟ୍ରାଇଡେଣ୍ଟ୍ ୨୬/୧୧ ମୁମ୍ବାଇ ଆକ୍ରମଣ ଏବଂ ପାକିସ୍ତାନର ରାଜଧାନୀ ଇସ୍ଲାମାବାଦର ମେରିଅଟ୍ ହୋଟେଲ୍ ସାମ୍ନାରେ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଆକ୍ରମଣ ଭଳି ଘଟଣାକୁ ଅନୁଧ୍ୟାନ କରିବା ପରେ ଏହା ସ୍ଥିର କରାଯାଇଛି।
ଦେଶରେ ଥିବା ପଞ୍ଚତାରକା ହୋଟେଲ୍ଗୁଡ଼ିକୁ ନିରାପତ୍ତା ମାମଲାରେ ସ୍ୱତନ୍ତ୍ର ୟୁନିଟ୍ର ସେବା ଏବଂ ନିର୍ଦ୍ଦିଷ୍ଟ ପରାମର୍ଶ ଦେବା ପାଇଁ ସିଆଇଏସ୍ଏଫ୍ ପତ୍ର ଲେଖିବାକୁ ଯୋଜନା କରୁଛି। ପରାମର୍ଶର ଅଂଶ ସ୍ୱରୂପ ସିଆଇଏସ୍ଏଫ୍ ସେମାନଙ୍କୁ କହିବ- କେଉଁଠି ସିସିଟିଭି କ୍ୟାମେରା ଲାଗିବ, କେଉଁଠି ନିରାପତ୍ତା କର୍ମଚାରୀ ମୁତୟନ ହେବ, ଆକ୍ସେସ୍ କଣ୍ଟ୍ରୋଲ୍ କେମିତି ଯାଞ୍ଚ ହେବ, କେମିତି ନିରାପତ୍ତା କର୍ମଚାରୀଙ୍କୁ ତାଲିମ ଦିଆଯିବ, କେମିତି ହୋଟେଲ୍ ପରିସରରେ ଜରୁରୀକାଳୀନ ଯନ୍ତ୍ରପାତି ଲାଗିବ। ପରାମର୍ଶ ଦିଆଯିବା ଏବଂ ସିଆଇଏସ୍ଏଫ୍ ବିଶେଷଜ୍ଞମାନେ ହୋଟେଲ୍ ପରିସର ସର୍ଭେ କରିବା ପାଇଁ ପ୍ରତି ବିଳାଶମୟ ହୋଟେଲ୍କୁ ୪ ରୁ ୫ ଲକ୍ଷ ଟଙ୍କା ଫି’ ଦେବାକୁ ପଡ଼ିବ।