ମେ ୩୧ ଯାଏଁ ସପ୍ତାହକୁ ୨ଥର ବାରମୂଳା ରୁ ଉଧାମପୁର ରାଜପଥରେ ସାଧାରଣ ନାଗରିକମାନଙ୍କ ଯାନବାହନ ଚଳାଚଳ ନିଷେଧ

ଜମ୍ମୁ: ମେ’ ୩୧ ତାରିଖ ଯାଏଁ ରବିବାର ଓ ବୁଧବାର ଦିନ ବାରମୂଳା ରୁ ଉଧାମପୁର ରାଜପଥରେ ସାଧାରଣ ନାଗରିକମାନଙ୍କ ଯାନବାହନ ଚଳାଚଳ କରିବା ନାହିଁ ବୋଲି ବୁଧବାର ଦିନ ଏକ ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ନିର୍ବାଚନ ସମୟରେ ଫିଦାୟୀନ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଟାଳିବା ଲାଗି ନିରାପତ୍ତା ବଳଙ୍କ ଯାନ-ଧାଡ଼ି ସ୍ୱଚ୍ଛନ୍ଦରେ ଗତି କରାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ବାରମୂଳା ରୁ ଉଧାମପୁର ଯାଏଁ ପଡୁଥିବା ଶ୍ରୀନଗର, କାଜିଗୁଣ୍ଡ, ଜବାହର-ଟନେଲ୍‌, ବନିହାଲ ଏବଂ ରମ୍ବନ୍‌ ଆଦି ଦେଇ ବେସାମରିକ ଲୋକମାନଙ୍କର ଯାନବାହନ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ସପ୍ତାହର ଦୁଇ ଦିନ ଭୋର୍‌ ୪ଟାରୁ ଅପରାହ୍ଣ ୫ଟା ଯାଏଁ ଏହି ନିଷିଦ୍ଧାଦେଶ ଲାଗୁ ହେବ।

ଯଦି କୌଣସି ଜରୁରୀ ପରିସ୍ଥିତିରେ କୌଣସି ବେସାମରିକ ଯାନ ସେ ବାଟ ଦେଇ ଯିବା ଆବଶ୍ୟକ ହୁଏ ପୁଲିସ ଓ ପ୍ରଶାସନିକ ଅଧିକାରୀ ସେ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ।

ସମ୍ବନ୍ଧିତ ଖବର