ନୂଆଦିଲ୍ଲୀ : ସୁପ୍ରିମ୍ କୋର୍ଟ ରେଜିଷ୍ଟ୍ରିରେ ସିବିଆଇ ଏବଂ ପୁଲିସ ଅଫିସରଙ୍କୁ ମୁତୟନ କରାଯିବାକୁ ପ୍ରଧାନ ବିଚାରପତି ରଂଜନ ଗୋଗଇ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେତେ ଜଣ ସିବିଆଇ ଅଫିସର ରେଜିଷ୍ଟ୍ରିରେ ମୁତୟନ ହେବେ ସେ ସଂପର୍କିତ ସୂଚନା ମିଳିନାହିଁ। ରେଜିଷ୍ଟ୍ରିରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପକୁ ରୋକିବା ଦିଗରେ ଏହି ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବେ। କୋର୍ଟ କର୍ମଚାରୀମାନେ ଯେଭଳି ଆଇନଜୀବୀଙ୍କୁ ବେଆଇନ ଫାଇଦା ଦେବାପାଇଁ ତଥ୍ୟ ପ୍ରଘଟ ନ କରିବେ ସେ ଦିଗରେ ମଧ୍ୟ ଏହି ଅଧିକାରୀମାନେ ଦୃଷ୍ଟି ଦେବେ।
ସୁପ୍ରିମ୍ କୋର୍ଟ ରେଜିଷ୍ଟ୍ରିରେ ମୁତୟନ ହେବେ ସିବିଆଇ, ପୁଲିସ ଅଫିସର
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)