ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ନିଜକୁ ଡ଼ାକ୍ତର ବୋଲି କହି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା ସହ ଗହଣା,ଏମିତି ଥିଲା ପୂରା ଘଟଣା

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ମ୍ୟାଟ୍ରିମୋନିଆଲ ସାଇଟ୍‌ ଜରିଆରେ ସଂପର୍କ ଯୋଡ଼ି ନିଜକୁ ଜଣେ ଡ଼ାକ୍ତର ବୋଲି ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ନିଜକୁ ଏମ୍ସର ଡ଼ାକ୍ତର ବୋଲି ପରିଚୟ ଦେଇ ଯୁବତୀଙ୍କୁ ମେସେଜ ପଠାଇଥିଲେ । ପରେ ଯୁବତୀ ଚାକିରି ଖୋଜୁଥିବା ଜାଣି ତାଙ୍କୁ ଚାକିରି ଦେବେ ବୋଲି ଅଭିଯୁକ୍ତ ପ୍ରତିଶ୍ରୁତି ଦେଇଥିଲେ। ଯୁବତୀଜଣଙ୍କ ଅଭିଯୁକ୍ତଙ୍କ ଉପରେ ଭରସା କରି ମେଡ଼ିକାଲ ଟେଷ୍ଟ ଦେବା ପାଇଁ ଯାଇଥିବା ବେଳେ ଅଭିଯକ୍ତ ଯୁବତୀଙ୍କ ପର୍ସ ନେଇ ଫେରାର ହୋଇ ଯାଇଥିଲେ । ଚୋରି ହୋଇଥିବା ପର୍ସରେ ଦୁଇ ଲକ୍ଷ ଟଙ୍କାର ଗହଣା ଏବଂ କିଛି ଟଙ୍କା ଥିଲା ବୋଲି ପୀଡ଼ିତା ଅଭିଯୋଗ ଆଣିଛନ୍ତି ।

Tripwire

ସୂଚନା ମୁତାବକ, ପୀଡ଼ିତା କିଛି ଦିନ ତଳେ ନିଜ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିବା ବେଳେ ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ନିଜର ଆକାଉଣ୍ଟ ତିଆରି କରି ନିଜ ଜୀବନକୁ ପୁଣି ଥରେ ପ୍ରଥମରୁ ଆରମ୍ଭ କରିବାକୁ ଚାହୁଁଥିଲେ । ଏହି ସମୟରେ ଅଭିଯୁକ୍ତ ନିଜକୁ ଏମ୍ସର ଡ଼ାକ୍ତର ବୋଲି ପରିଚୟ ନେଇ ପୀଡ଼ିତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଭଲ ଭାବରେ ଜାଣିବା କଥା କହି ବାହାନାରେ କରନାଲରୁ ଦିଲ୍ଲୀ ଡ଼କାଇଥିଲେ । ଦିଲ୍ଲୀ ଯିବା ପରେ ଏମ୍ସରେ ପୀଡ଼ିତାଙ୍କ ଚାକିରି କରାଇଦେବାର ଲୋଭ ଦେଖାଇ ଅଭିଯୁକ୍ତ ଏକ ଫର୍ମ ମଧ୍ୟ ଭରିଥିଲେ । ପର ଦିନ ପାଖରେ ଥିବା ଗଙ୍ଗାରାମ ଡ଼ାକ୍ତରଖାନାକୁ ଡ଼କାଇ ଅଭିଯୁକ୍ତ ପୀଡ଼ିତାଙ୍କୁ ରସାୟନ ଦେଇ ବେହୋସ କରାଇବା ସହ ତାଙ୍କ ପାଖରେ ଥିବା ଗହଣା ଏବଂ ଟଙ୍କା ଲୁଟି ନେଇଥିଲେ । ପରେ ଏ ନେଇ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର