ଏକାଦଶ ଶ୍ରେଣୀର ଛାତ୍ରୀକୁ ଆଲିଙ୍ଗନ କରି ଦ୍ୱାଦଶ ଶେଣୀର ଛାତ୍ର ଏକ୍ସପେଲ୍‌

ତିରୁବନନ୍ତପୁରମ: କେରଳର ତିରୁବନନ୍ତପୁରମ ଅନ୍ତର୍ଗତ ମୁକ୍କୋଲା ଜିଲ୍ଲାସ୍ଥିତ ସେଣ୍ଟ୍‌ ଟୋମାସ୍‌ ସେଣ୍ଟ୍ରାଲ୍‌ ସ୍କୁଲ୍‌ର ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ଅଭିଭାବକ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ହାଇକୋର୍ଟର ଡିଭିଜନ୍‌ ବେଞ୍ଚ୍‌ରେ ନାଲିସ କରିଛନ୍ତି। ତାଙ୍କର ୧୬ ବର୍ଷିୟ ପୁଅକୁ ସ୍କୁଲ୍‌ରୁ ଏକ୍ସପେଲ୍‌ କରାଯାଇଛି। ତା’ର କାରଣ, ସ୍କୁଲ୍‌ରେ ଅନୁଷ୍ଠିତ ଏକ ଚିତ୍ରକଳା ପ୍ରତିଯୋଗିତାରେ ପୁରସ୍କାର ପାଇଥିବା ଜଣେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ସେ ଆଲିଙ୍ଗନ କରି ପକାଇଥିଲା।

କେବଳ ସେତିକି ନୁହେଁ ସେ ଛାତ୍ରୀ ସହ ଉଠାଇଥିବା ଫଟୋଗୁଡ଼ିକୁ ମଧ୍ୟ ତାଙ୍କ ପୁଅ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିଥିଲା। ଘଟନାଟି ଘଟିଥିଲା ଜୁଲାଇ ୨୧ ତାରିଖ ଦିନ।

ଆଲିଙ୍ଗନ କରିବା ବ୍ୟତିରେକେ, ସେମାନେ ଏକତ୍ର ଉଠାଇଥିବା ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିବାରୁ ସ୍କୁଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାହା ସ୍କୁଲର ଶୃଙ୍ଖଳା ଉଲ୍ଲଘଂନ କରିଛି ବୋଲି ସେମାନେ କହିଥିଲେ। ମାର୍‌ ଟୋମାସ୍‌ ଚର୍ଚ ଏଡୁକେସ୍‌ନାଲ୍‌ ସୋସାଇଟିର ସେକ୍ରେଟାରି ରଞ୍ଜନ ବାର୍‌ଘେସି କହନ୍ତି, ଇନ୍‌କ୍ୱାରି କମିସନ୍‌ଙ୍କ ରିପୋର୍ଟ ଆଧାରରେ ସେ ଛାତ୍ରଙ୍କୁ ଟ୍ରାନ୍‌ସ୍‌ଫର୍‌ ସାର୍ଟିଫିକେଟ୍‌ ଦିଆଯାଇଛି। ଏଭଳି କାର୍ଯ୍ୟ ସ୍କୁଲ୍‌ର ଶୃଙ୍ଖଳା ଉଲ୍ଲଂଘନ।

କେରଳ ଷ୍ଟେଟ୍‌ କମିସନ୍‌ ଫର୍‌ ପ୍ରୋଟେକ୍‌ସନ୍‌ ଅଫ୍‌ ଚାଇଲ୍‌ଡ୍‌ ରାଇଟ୍‌ସ୍‌ ଅକ୍ଟୋବର ୪ ତାରିଖ ଦିନ ଜାରି କରିଥିବା ଏକ ଆଦେଶରେ କହିଛନ୍ତି ଯେ ତା’ର ପଢ଼ା ଚାଲୁ ରଖିବା ପାଇଁ ଛାତ୍ରଟିକୁ କ୍ଲାସ୍‌ରେ ବସିବାକୁ ଅନୁମତି ଦିଆଯାଉ। ଡିସେମ୍ବର ୧୨ ତାରିଖ ଦିନ ଛାତ୍ରଟିର ଅଭିଯୋଗ ଆଧାରରେ ଦିଆଯାଇଥିବା କମିସନର୍‌ଙ୍କ ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ ସ୍କୁଲ୍‌ ସେଣ୍ଟ୍‌ ଟୋମାସ୍‌ ସ୍କୁଲ୍‌ର ମ୍ୟାନେଜ୍‌ମେଣ୍ଟ୍‌। ଛାତ୍ରଟିର ପିତାମାତା ଏ ଭଳି ନିଷ୍ପତ୍ତି ବିରୋଧରେ ଆବେଦନ କରିଛନ୍ତି।

ଯୋଗକୁ ସ୍କୁଲ୍‌ର ମାନକ ଏବଂ ଖ୍ୟାତି ବଜାୟ ରଖିବାକୁ ଏ ଭଳି ନିଷ୍ପତ୍ତିକୁ ନିଜ ଆଦେଶରେ ଏକକ ଖଣ୍ଡପୀଠ ସୁରକ୍ଷା ଦେଇଛନ୍ତି। ତା’ଛଡ଼ା ମଧ୍ୟ ଖଣ୍ଡପୀଠ କହିଛନ୍ତି କି, ସ୍କୁଲ୍‌ କର୍ତ୍ତୃପକ୍ଷ ମଧ୍ୟ ପିଲାମାନଙ୍କର ଦ୍ୱିତୀୟ ଅଭିଭାବକ ହୋଇଥିବାରୁ ଏ ମାମଲାର ପୁନର୍ବିଚାର କରିବା ଆବଶ୍ୟକ। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି କି, ଏ ମାମଲା ସଂକ୍ରାନ୍ତରେ ଝିଅର କିଂବା ପୁଅର ପିତାମାତା କାହା ଆଗରେ ଅଭିଯୋଗ କରି ନାହାନ୍ତି।

ସମ୍ବନ୍ଧିତ ଖବର