ଭୁଲରେ ମହିଳାଙ୍କ ଆକାଉଣ୍ଟକୁ ୨୬୨କୋଟି ଟଙ୍କା ପଠାଇଲା ବ୍ୟାଙ୍କ, ଟଙ୍କା ପାଇବା ପରେ ଏଭଳି କାମ କଲେ ମହିଳା…..

ନୂଆଦିଲ୍ଲୀ: ଭୁଲରେ ଜଣେ ମହିଳାଙ୍କ ଆକାଉଣ୍ଟକୁ ୨୬୨କୋଟି ଟଙ୍କା ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସପ୍ତାହରେ ମହିଳାଜଣଙ୍କ ଯେତେବେଳେ ନିଜର ଆକାଉଣ୍ଟ ଚେକ୍ କରିଥିଲେ, ସେତେବେଳେ ଆକାଉଣ୍ଟରେ ୨୬୨କୋଟି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିନ୍ତୁ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

ସୂଚନା ମୁତାବକ, ଘଟଣାଟି ଟେକ୍ସାସ ସହରରେ ରହୁଥିବା ୩୫ବର୍ଷୀୟ ରୁଥ୍ ବେଲୁନଙ୍କ ସହ ଘଟିଛି। ନିଜ ଆକାଉଣ୍ଟରେ ଏତେ କୋଟି ଟଙ୍କା ଦେଖି ଖୁସି ହେବା ପରିବର୍ତ୍ତେ ରୁଥ୍ ଲିଗେସି ଟେକ୍ସାସ ବ୍ୟାଙ୍କକୁ ଏ ନେଇ ପ୍ରଥମେ ସଂପର୍କ କରିଥିଲେ। କିନ୍ତୁ ସେତ‌ବେଳକୁ ବ୍ୟାଙ୍କର ଅନଲାଇନ୍ ଚାଟ୍ ବନ୍ଦ ହୋଇ ଯାଇଥିବାରୁ ରୁଥ୍ ତୁରନ୍ତ ସଂପର୍କ କରି ପାରି ନଥିଲେ। ପରଦିନ ସେ ବ୍ୟାଙ୍କକୁ ଯାଇ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ଜଣାଇବା ପରେ ତାଙ୍କର ସମସ୍ତ ଦ୍ବନ୍ଦ୍ବ ଦୂର ହୋଇଥିଲା। ଭୁଲବଶତଃ ବ୍ୟାଙ୍କ ପକ୍ଷରୁ ରୁଥଙ୍କ ଆକାଉଣ୍ଟକୁ ୨୬୨କୋଟି ଟଙ୍କା ଆସି ଯାଇଥିଲା ବୋଲି ସାମ୍ନାକୁ ଆସିଥିଲା। ବ୍ୟାଙ୍କର ଜଣେ କର୍ମଚାରୀ ଭୁଲ ଆକାଉଣ୍ଟ ନମ୍ବରରେ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ ବୋଲି ଜଣା ପଡ଼ିବା ପରେ ରୁଥଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ବ୍ୟାଙ୍କ ଫେରାଇ ନେଇଥିଲା।

बैंक ने गलती से महिला के अकाउंट में भेजे 262 करोड़, लगा गिफ्ट मिला
aajtak.intoday.in

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ଭୁଲ ପାଇଁ ଏଭଳି ଅନେକ ଘଟଣା ଘଟିଥିବା ସାମ୍ନାକୁ ଆସି ସାରିଛି।

ସମ୍ବନ୍ଧିତ ଖବର