ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିକୁ ଚଢ଼ିଗଲେ ମହିଳା

ନ୍ୟୁୟ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରବାସୀ ନୀତିକୁ ବିରୋଧ କରି ଆଜି ଜଣେ ମହିଳା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଉପରକୁ ଚଢ଼ିଯାଇଥିଲେ। ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ମହିଳାଙ୍କର ଏଭଳି କାର୍ଯ୍ୟ ପାଇଁ ପୁଲିସ ତାଙ୍କୁ ଗିରଫ କରି ହାଜତରେ ରଖିଛି। ମହିଳା ଜଣକ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ସେ ଷ୍ଟାଚ୍ୟୁ ପୋଷାକର ଫୋଲ୍‌୍ଡରେ ଏବଂ ଲେଡି ଲିବର୍ଟିର ସାଣ୍ଡାଲ୍‌ ତଳେ ବସିଥିଲେ। ଉକ୍ତ ମହିଳାଙ୍କ ନାମ ଥେରେସେ ପାଟ୍ରିସିଆ।
କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ସମ୍ବନ୍ଧିତ ଖବର