ସରିଲା ୧୪ ରାଜନୈତିକ ଦଳର ସତ୍ୟାଗ୍ରହ

ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବି

ନୂଆଦିଲ୍ଲୀ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍‌ରେ ଗତକାଲିଠାରୁ ମହାନଦୀ ଗଠନ ଦାବିରେ ଓଡ଼ିଶାର ୧୪ଟି ରାଜନୈତିକ ଦଳ ଓ କିଛି ସାମାଜିକ ସଂଗଠନ ଆରମ୍ଭ କରିଥିବା ସତ୍ୟାଗ୍ରହ ଆଜି ସରିଛି। ତେବେ ନ୍ୟାୟିକ ଲଢ଼େଇ ସହ ଜନମତର ଲଢ଼େଇ ଜାରି ରହିବ ବୋଲି ସତ୍ୟାଗ୍ରହୀମାନେ ପଣ କରିଛନ୍ତି। ଆସନ୍ତାକାଲି ସଂସଦମାର୍ଗରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଯୁଗ୍ମ ଆବାହକ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ସର୍ବଦଳୀୟ ସତ୍ୟାଗ୍ରହରେ ସମସ୍ତ ବିଜେଡି ସାଂସଦ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କମଧ୍ୟରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, କଂଗ୍ରେସ ନେତା ଡ. ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ପ୍ରଦୀପ ଦାସ, ଗଣେଶ୍ୱର ବେହେରା, ସୁଚରିତା ମହାନ୍ତି, ସମାଜବାଦୀ ପାର୍ଟି ନେତା ରବି ବେହେରା, ଫରଓ୍ଵାର୍ଡ୍‌ ବ୍ଲକ୍‌ ନେତା ଜ୍ୟୋତି ମହାପାତ୍ର, ସିପିଏମ୍‌ ନେତା ପ୍ରକାଶ କରାତ୍‌, ଉତ୍କଳ ଭାରତ ନେତା କମରୁଦ୍ଧିନ ଅହମଦ୍‌, ଆର୍‌ଜେଡି ନେତା ଏସ କେ ଯାଦବ ପ୍ରମୁଖଙ୍କ ସମେତ ଇ. ଲଳିତ ମୋହନ ପଟ୍ଟନାୟକ, ପ୍ରସନ୍ନ ବିଶୋଇ ଏବଂ ଦୁର୍ଗା ସାମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର