ୱାସିଂଟନ: କରୋନା ସଙ୍କଟ ଭିତରେ ବି ଯୁଦ୍ଧ ଉତ୍ତେଜନା ଏବେ ବଢ଼ିବାରେ ଲାଗିଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଓ ଆମେରିକା ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଆମେରିକା ଦକ୍ଷିଣ ଚୀନ୍ ସାଗରକୁ ଯୁଦ୍ଧପୋତ ଏବଂ ଯୁଦ୍ଧ ବିମାନ ପଠାଇବା ପରେ ଉତ୍ତେଜନା ଚରମରେ ପହଞ୍ଚିଛି।
ଚୀନ୍ର ମୁକାବିଲା ପାଇଁ ଆମେରିକା ବିଶାଳ ପ୍ରସ୍ତୁତି କରୁଥିବାରୁ ଚୀନ୍ ମଧ୍ୟ ଅଧିକ ସଂଖ୍ୟାରେ ଯୁଦ୍ଧ ଜାହାଜ ମୁତୟନ କରିଛି। ଚୀନ୍ ଦକ୍ଷିଣ ଚୀନ୍ ସାଗର ଅଂଚଳକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖି ଏକଚାଟିଆ କାରବାର ଚଳାଇଛି ବୋଲି ଆମେରିକା ଅଭିଯୋଗ କରିବା ସହ ଏହାର ବିରୋଧ କରିବ ବୋଲି ଘୋଷଣା କରିଛି। ଅନ୍ୟପକ୍ଷରେ ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ଯୁଦ୍ଧ ପୋତ ମୁତୟନ ଏବଂ ଯୁଦ୍ଧ ବିମାନ ଉଡ଼ାଣକୁ ଚୀନ୍ ବେଆଇନ ବୋଲି କହିଛି। ଅନ୍ୟପକ୍ଷରେ ସମଗ୍ର ଦକ୍ଷିଣ ଚୀନ୍ ସାଗରକୁ ନିଜର ଏକ ସାମରିକ କ୍ଷେତ୍ର ବୋଲି ଚୀନ୍ ବିବେଚନା କରିବା ସହ ଏ ବାବଦ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/sdfgsghsfh654sfh97sf98h7sf98hsssssssssssssssssssss.jpg)