ପୁଣି ଥରେ ଜରୁରୀ ଅବତରଣ କଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ହେଲିକପ୍ଟର ଯାତ୍ରା କରୁଥିବା ସମୟରେ ପୁଣିଥରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫଳରେ ହେଲିକପ୍ଟରଟିକୁ  ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନିଜର ଘରୋଇ ହେଲିକପ୍ଟରରେ ଔରଙ୍ଗାବାଦ ଯାତ୍ରା କରୁଥିଲେ। କିନ୍ତୁ ହେଲିକପ୍ଟରଟିରେ ଓଭରଲୋଡିଂ କାରଣରୁ ଉଡାଣ ସମୟରେ ଅସୁବିଧା ପରିଲକ୍ଷିତ ହୋଇଥିଲା। ଯେଉଁଥିପାଇଁ ହେଲିକପ୍ଟରକୁ ନାସିକ୍‌ରେ ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା।

ଉଡ଼ାଣ ବିଶେଷଜ୍ଞଙ୍କ କହିବାନୁସାରେ, ହେଲିକପ୍ଟରଟିରେ ସାମଗ୍ରୀ ନେବା ପାଇଁ ଯେତିକି କ୍ଷମତା ତାହାଠାରୁ ଅଧିକ ହୋଇଯାଇ ଥିବାରୁ ଏପରି ସମସ୍ୟା ଦେଖା ଦେଇଥିଲା। ସେହିପରି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଏହି  ହେଲିକପ୍ଟରଟିରେ ଯାତ୍ରୀଙ୍କ ବସିବା ପାଇଁ ୫ଟି ସିଟି ରହିଛି। ଯାତ୍ରା ସମୟରେ ଏଥିରେ କେବଳ ୪ଜଣ ଯାତ୍ରୀ ବସିଥିଲେ କିନ୍ତୁ ଅତ୍ୟଧିକ ଜିନିଷ ରହିଯାଇଥିଲା। ତେଣୁ ବିମାନକୁ ଜରୁରୀକାଳିନ ଅବତରଣ କରି କିଛି  ଜିନିଷପତ୍ରକୁ କମ୍‌ କରାଯାଇଥିଲା। ଏହାପରେ ପୁଣିଥିରେ ହେଲିପକ୍ଟର ଯାତ୍ରା ଆରମ୍ଭ କରିଥିଲା।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନିଶ୍ଚିତ ହୋଇଥିବା ସମୟରେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ, ମଇ ୨୫ ତାରିଖରେ ଫଡନାବିସଙ୍କ ହେଲିପକ୍ଟରର ରୋଟର ବିଜୁଳି ଲାଇନ୍‌ ସଂଯୋଗରେ ଆସିଯାଇଥିଲା। ଫଳରେ ଲାତୁର ଜିଲ୍ଲାରେ ଓହ୍ଲାଉଥିବା ସମୟରେ ହେଲିପକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିପରି ମଇ ୧୦ ତାରିଖରେ ନାଗପୁରରୁ ଗଡ଼ଚିରୋଲି ଯାତ୍ରା ସମୟରେ ଫଡନାବିସଙ୍କ ହେଲିପକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଇ ଦୁଇଟି ଦୁର୍ଘଟଣା ଘଟିଥିଲେ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡନାବିସ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର