ମୁଖ୍ୟମନ୍ତ୍ରୀଙ୍କ ବୈଠକହେତୁ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଲେ ଆଇଏଏସ ଅଧିକାରୀ

0

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଇଏଏସ ଅଧିକାରୀମାନେ ଏବେ ଆଇଏଏସ ସପ୍ତାହ ପାଳନ କରୁଛନ୍ତି। ରାଜ୍ୟର ରାଜ୍ୟପାଳ ରାମ ନାୟକ ଶିକ୍ଷା ଓ ଗୃହ ବିଭାଗର ସମସ୍ତ ୟୁପି ପୁଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅଧିକାରୀମାନଙ୍କର ଏକେ ବୈଠକ ଡାକିଲେ,ଏହି କାରଣରୁ ଅଧିକାରୀମାନଙ୍କୁ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ। ଉତ୍ତର ପ୍ରଦେଶର ମାଧ୍ୟମିକ ଶିକ୍ଷାବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ହେତୁ ଆଜି ସନ୍ଧ୍ୟା ୬ଟାରୁ ୭ଟା ବେଳେ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ ଡାକିଛନ୍ତି।

ଅନ୍ୟ ପକ୍ଷରେ ରାଜ୍ୟପାଳଙ୍କ ଡିନର ପାର୍ଟି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଆଇଏଏସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ପରେ ରାଜ୍ୟପାଳଙ୍କ ଭୋଜିରେ ପହଞ୍ଚିବା ସମ୍ଭବ ନୁହେଁ। ଏହି ବୈଠକ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଆଇଏଏସ ସପ୍ତାହ ଯୋଗୁଁ କୌଣସି ବିକାଶମୂଳକ କାର୍ଯ୍ୟ ଅଟକିବ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.