ରାମ ମନ୍ଦିର କେବେ ତିଆରି ହେବ ତାହା ସ୍ୱୟଂ ପ୍ରଭୁ ଶ୍ରୀରାମ ହିଁ ସ୍ଥିର କରିବେ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ବିବାଦୀୟ ଅଯୋଧ୍ୟା ଓ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଅଯୋଧ୍ୟାରେ ପ୍ରସ୍ତାବିତ ଭବ୍ୟ ରାମ ମନ୍ଦର କେବେ ନିର୍ମାଣ ହେବ, ତାହାର ତାରିଖ ନିର୍ଦ୍ଧାରଣ କରିବେ ନିଜେ ସ୍ୱୟଂ ପ୍ରଭୁ ଶ୍ରୀରାମ। ଆଉ ଥରେ ପ୍ରଭୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇ ତାରିଖ ଓ ତିଥି ନିର୍ଦ୍ଧାରଣ କରିଦେବା ପରେ ଆଉ ଅଯୋଧ୍ୟା ମାଟିରେ ଭବ୍ୟ ରାମ ମନ୍ଦିରର ନିର୍ମାଣକୁ କେହି ବି ହେଲେ ସୁଦ୍ଧା ଅଟକାଇ ପାରିବେ ନାହିଁ। ହେଲେ, ସ୍ୱୟଂ ପ୍ରଭୁ ଶ୍ରୀରାମଙ୍କ ଠାରୁ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଯେତେ ଯିଏ ଚାହିଁଲେ ବି ଅଯୋଧ୍ୟା ମାଟିରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ହୋଇ ପାରିବ ନାହିଁ। ଆଉ ଥରେ ଯେତେବେଳେ ମନ୍ଦିର ନିର୍ମାଣ ପାଇଁ ସ୍ୱୟଂ ପ୍ରଭୁ ଶ୍ରୀରାମ ଅନୁମତି ଦେଇଦେବେ ସେତେବେଳେ ଅଯୋଧ୍ୟା ମାଟିରେ ଭବ୍ୟ ରାମ ମନ୍ଦିରର ନିର୍ମାଣକୁ କେହି ବି ହେଲେ ସୁଦ୍ଧା ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏବେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ପରିପ୍ରେକ୍ଷୀରେ, ଆଉ କୌଣସି ରାଜନୈତିକ ଦଳ କିମ୍ବା ରାଜନୈତିକ ନେତା ବିବାଦୀୟ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌- ରାମ ମନ୍ଦର ଉପରେ କୌଣସି ପ୍ରକାରର ବୟାନବାଜି କରୁ ନଥିଲେ। ତେବେ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଗତ ଶକ୍ରବାର ଦିନ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍‌ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇ ଏକ ବିବାଦୀୟ ପରସ୍ଥିତି ସୃଷ୍ଟି କରିବାର ଦିନକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ରାମ ମନ୍ଦିର ନିର୍ମାଣ ଉପରେ ଏପ୍ରକାର ବୟାନ ଦେଇଛନ୍ତି।


ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ହିନ୍ଦୀ ଦୈନିକ ସମ୍ବାଦ ପତ୍ର ପକ୍ଷରୁ ଆୟୋଜିତ ଏକ କନ୍‌କ୍ଲେଭ୍‌ରେ ଯୋଗ ଦେବା ଅବସରରେ ଉପରୋକ୍ତ ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧିତ ଖବର