କୋଇଲା ଦୁର୍ନୀତି: ନବୀନ ଜିନ୍ଦଲ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଆଡିସ୍‌ନାଲ୍‌ ଚାର୍ଜସିଟ୍‌ ଫ୍ରେମ୍‌ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ କୋଲ୍‌ ବ୍ଲକ୍‌ ଆବଣ୍ଟନ ଅନିୟମିତତା ମାମଲା ସହ ସମ୍ପୃକ୍ତ ଲାଞ୍ଚ ଦେଣନେଣ ଅଭିଯୋଗରେ ଗୁରୁବାର ଦିନ ଦିଲ୍ଲୀର ଏକ ଅଦାଲତ ଶିଳ୍ପପତି ନବୀନ ଜିନ୍ଦଲ୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍‌ ଫ୍ରେମ୍‌ କରିଛନ୍ତି।

ପୂର୍ବରୁ ସ୍ପେସାଲ୍‌ ଜମ୍‌ ଭାରତ ପରାଶର ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ ଅକ୍ଟୋବର ୧୫ ତାରିଖ ସୁଦ୍ଧା ଅଦାଲତରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ।

ସ୍ପେସାଲ୍‌ ପବ୍ଲିକ୍‌ ପ୍ରେଜେକ୍ୟୁଟର୍‌ ଏନ୍‌ କେ ମତ୍ତା ଏବଂ ଆଡ୍‌ଭୋକେଟ୍‌ ତରନ୍ନମ୍‌ ଚୀମା ଙ୍କ ଜରିଆରେ ଫାଇଲ୍‌ କରାଯାଇଥିବା ଚୂଡ଼ାନ୍ତ ରିପୋର୍ଟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଥିଲେ କି ଜିନ୍ଦଲ୍‌ ଫାର୍ମ (ଜିନ୍ଦଲ୍‌ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ଵାର ଲିମିଟେଡ୍‌) ଏବଂ ଅନ୍ୟମାନେ ଅଧିକ ୨ କୋଟି ଟଙ୍କା ନିବେଶ କରି ସ୍କ୍ରିନିଙ୍ଗ୍‌ କମିଟିକୁ ପ୍ରଭାବିତ କରିଥିଲେ।

କଂଗ୍ରେସ ନେତାଙ୍କ ସମେତ ଅନ୍ୟ କେତେ ଜଣଙ୍କୁ ଅଦାଲତରୁ ସମନ୍‌ ଆସିଥିଲା। ସେମାନଙ୍କ ମଧ୍ୟରେ ଥିଲେ ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ଵାର୍‌ ଲିମିଟେଡ୍‌ର ତତ୍କାଳୀନ ଉପଦେଷ୍ଟା ଆନନ୍ଦ ଗୋଏଲ୍‌, ମୁମ୍ବାଇର ଏସାର ପାଓ୍ଵାର୍‌ ଲିମିଟେଡ୍‌ର ଏକ୍‌ଜେକ୍ୟୁଟିଭ୍‌ ଭାଇସ୍‌ ଚେୟାର୍‌ମ୍ୟାନ୍‌ ସୁଶୀଳ କୁମାର ମାରୁ, ନିହାର ଷ୍ଟକ୍‌ସ୍‌ ଲିମିଟେଡ୍‌ର ନିର୍ଦେଶକ ବିଏସ୍‌ଏନ୍‌ ସୂର୍ଯ୍ୟନାରାୟଣ, ମୁମ୍ବାଇର କେଇ ଇଣ୍ଟର୍‌ନେସ୍‌ନାଲ୍‌ର ମୁଖ୍ୟ ଆର୍ଥିକ ଅଧିକାରୀ ରାଜୀବ ଅଗ୍ରଓ୍ଵାଲ୍‌ ଏବଂ ଗୁରୁଗ୍ରାମର ଗ୍ରିନ୍‌ ଇନ୍‌ଫ୍ରାର ଭାଇସ୍‌ ପ୍ରେସିଡେଣ୍ଟ୍‌ ସିଦ୍ଧାର୍ଥ ମାର୍ଦା।

ସମ୍ବନ୍ଧିତ ଖବର