କୋବ୍ରା ଗୋଲ୍ଡ ଓ୍ଵାର ଗେମ୍‌ : ଏହି ସ୍ୱତନ୍ତ୍ର ସାମରିକ ପ୍ରଶିକ୍ଷଣ ବେଳେ ନାଗସାପ ରକ୍ତ ପିଇବା ସହ ବିଷାକ୍ତ ବିଛା ଖାଇଥାନ୍ତି କମାଣ୍ଡୋ

ଥାଇଲାଣ୍ଡ : କୋବ୍ରା ଗୋଲ୍ଡ ଓ୍ଵାର ଗେମ୍‌ ହେଉଛି ଏସିଆରେ ସବୁଠାରୁ ବୃହତ ସାମରିକ ଅଭ୍ୟାସ କ୍ୟାମ୍ପ ଯାହାକି ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଏଥିରେ ବିଭିନ୍ନ ଦେଶର କମାଣ୍ଡୋ ଅଂଶଗ୍ରହଣ କରିଥାଆନ୍ତି। ଥାଇଲାଣ୍ଡ, ଆମେରିକା ଏବଂ ଅନ୍ୟ ଦେଶରୁ ଆସିଥିବା ଯବାନମାନେ ଏହି କ୍ୟାମ୍ପରେ ଯୋଗ ଦେଇଥାନ୍ତି । ଏହି ଅଭ୍ୟାସ ପ୍ରାୟ ୧୦ଦିନ ଧରି ଚାଲିଥାଏ । ଫେବ୍ରୁଆରି ୧୩ରୁ ୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା କୋବ୍ରା ଗୋଲ୍ଡ କାର୍ଯ୍ୟକ୍ରମରେ ଯବାନମାନଙ୍କୁ ବିଭିନ୍ନ ପ୍ରତିକୂଳ ପରିସ୍ଥିିତିରେ କିପରି ଖାପ ଖୁଆଇ ଚଳିବାକୁ ହୁଏ ସେ ବିଷୟରେ ପ୍ରଶିକ୍ଷଣ ଦିଆ ଯାଇଥାଏ ।

rochakpost.com

୩୭ତମ କୋବ୍ରା ଗୋଲ୍ଡ ଓ୍ଵାର ଗେମ୍‌ ଆରମ୍ଭ ହୋଇଛି।ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଥାଇଲାଣ୍ଡ୍‌ ଉପକୂଳରେ ଅନୁଷ୍ଠିତ ହୋଉଛି କୋବ୍ରା ଗୋଲ୍ଡ । ପ୍ରତିକୂଳ ପରିସ୍ଥିତିରେ କିପରି ଜଙ୍ଗଲ ମଧ୍ୟରେ ଯବାନମାନେ ନିଜକୁ ବଞ୍ଚାଇ ରଖିବେ ସେ ନେଇ ପ୍ରଶିକ୍ଷଣ ଦିଆ ଯାଇଥାଏ । ଏହି ଟ୍ରେନିଙ୍ଗରେ କମାଣ୍ଡୋମାନଙ୍କୁ ନାଗସାପର ରକ୍ତ ପିଇବାକୁ ଦିଆଯିବା ସହ ବିଷାକ୍ତ ବିଛାକୁ କିପରି ଖାଇଲେ ଶରୀରକୁ କ୍ଷତି ପହଞ୍ଚିବ ନାହିଁ ସେ ବିଷୟରେ ସୂଚନା ଦିଆ ଯାଇଥାଏ ।

rochakpost.com

ଏ ବର୍ଷ ଇଣ୍ଡୋନେସିଆ, ଜାପାନ,ମାଲେସିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁରର କମାଣ୍ଡୋମାନେ ଏଥିରେ ଭାଗ ଦେଇଥିଲେ ବୋଲି ଜଣା ପଡ଼ିଛି । ଦେଶ ପାଇଁ ଜୀବନ ଦେଉଥିବା ଯବାନମାନେ କେତେ କଷ୍ଟ କରନ୍ତି ତାହା ଆପଣମାନେ ଜାଣିଥିବେ ଏବଂ ନିଜକୁ ବଞ୍ଚାଇ ରଖିବା ପାଇଁ ସେମାନେ କେତେ କଷ୍ଟ ସହନ୍ତି ତାହା ଏ ଖବର ପଢ଼ିବା ପରେ ଆପଣମାନେ ଜାଣି ପାରିବେ ।

rochakpost.com
ସମ୍ବନ୍ଧିତ ଖବର