ଖେଳୁ ଖେଳୁ ଟଙ୍କିକିଆ କଏନ୍‌ ଗିଳିଦେଲା ଶିଶୁ; ତଣ୍ଟିରୁ କଏନ୍‌ କାଢ଼ି ପାରିଲେ ନାହିଁ ୪ ହସ୍ପିଟାଲର ଡାକ୍ତର ! ଜାଣନ୍ତୁ କ’ଣ ହେଲା ତା’ପରେ…

0 825

କୋଲକାତା: ଘରେ ଛୋଟ ଛୁଆ ଥିଲେ ସମାନ୍ୟ ଅସାବଧାନତା ବଡ଼ ବଡ଼ ବିପଦକୁ ଡାକି ଆଣିଥାଏ। କୋଲକାତାର ଜଣେ ୪ ବର୍ଷ ବୟସ୍କ ଶିଶୁ ଶନିବାର ଏକ କଏନ୍‌ ଗିଳି ଦେବା ପରେ ଏବେ ବିଷମ ସମସ୍ୟା ଉପୁଜିିଥିବା ରିପୋର୍ଟ ରହିଛି।  ଶିଶୁଟିକୁ କଏନ୍‌ ଗିଳିଥିବା ଅବସ୍ଥାରେ ଘର ଲୋକ ବିଭିନ୍ନ ହସ୍ପିଟାଲ୍‌କୁ ନେବା ପରେ ପରେ କୌଣସି ପ୍ରକାର ଚିକିତ୍ସା ହୋଇ ପାରୁନଥିଲା। ହସ୍ପିଟାଲ୍‌ଗୁଡ଼ିକ ପକ୍ଷରୁ ଫେରାଇ ଦିଆଯାଉଥିବା ବେଳେ ଶେଷରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌ର ଡାକ୍ତରମାନେ ଶିଶୁଟିର ଚିକିତ୍ସା କରି ତା’ ତଣ୍ଟିରୁ କଏନ୍‌ଟିକୁ କାଢ଼ିବାରେ ସମର୍ଥ ହୋଇଛନ୍ତି। ନଦିଆସ୍ଥିତ ଗାଙ୍ଗପୁରର ଶିଶୁ ଅର୍ଘ୍ୟ ବିଶ୍ୱାସଙ୍କ ସହ ଏପରି ଘଟିଥିବା ଜାଣିବାକୁ ମିଳିଛି।

ଏ ସଂପର୍କରେ ଅର୍ଘ୍ୟଙ୍କ ଜେଜେବାପା ଦିନେଶ କହନ୍ତି, ‘ଅର୍ଘ୍ୟ ଖେଳୁଥିଲା। ଯେତେବେଳେ ସେ ଏକ ୧ ଟଙ୍କିଆ କଏନ୍‌କୁ ପାଇଲା ତାହାକୁ ନେଇ ପାଟିରେ ପକାଇ ଢ଼ୋକି ଦେଲା। କଏନ୍‌ଟି ଯାଇ ତାଣ୍ଟିରେ ଅଟକି ଯିବାରୁ ସେ କଥା ହେଲା ବେଳେ ତଣ୍ଟିରେ ଯନ୍ତ୍ରଣା ଅନୁଭବ କରିବାରୁ କାନ୍ଦିବାକୁ ଲାଗିଲା। ଆମେ ଅପରାହ୍ନ ପାଖାପାଖି ୨ଟା ସମୟରେ ‘କଲ୍ୟାଣିସ୍‌ କଲେଜ୍‌ ଅଫ୍‌ ମେଡିସିନ୍‌’ ଏବଂ ‘ଜେଏନ୍‌ଏମ୍‌’ ହସ୍ପିଟାଲ୍‌ରେ ପହଞ୍ଚିଥିଲୁ। ସେଠାରେ ଆବଶ୍ୟକୀୟ ଭିତ୍ତଭୂମିର ଅଭାବ ଥିବାରୁ ଡାକ୍ତରମାନେ ବିଫଳ ହୋଇଥିଲେ। ଡାକ୍ତରମାନେ ତାକୁ ‘ଏନ୍‌ଆର୍‌ଏସ୍‌ ହସ୍ପିଟାଲ୍‌ କିମ୍ବା ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’କୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ରାତି ପ୍ରାୟ ୧୦ଟାରେ ଆମେ ଏନ୍‌ଆର୍‌ଏସ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲୁ। ସେଠାରେ ବି ଡାକ୍ତରମାନେ ଆମକୁ ସାହାଜ୍ୟ କରିପାରିଲେ ନାହିଁ। ଏକ୍‌ସରେ ରିପୋଡର୍ଟରୁ ଅର୍ଘ୍ୟ ତଣ୍ଟିରେ କଏନ୍‌ଟି ଲାଖି ରହିଥିବା ଜାଣିବାକୁ ମିଳିଲା। ମାତ୍ର ଏହାର ସେମାନଙ୍କ ପାଖରେ କୌଣସି ସମାଧାନ ନଥିଲା। ତାପରେ ଆମେ ଅନ୍ୟ କିଛି ଉପାୟ ନପାଇ ‘ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’କୁ ନେଇ ଯାଇଥିଲୁ। ସେଠାରେ ବି ଦୁଇ ଜଣ ଡାକ୍ତର ବିଫଳ ହୋଇଥିଲେ। ସେଠୁ ବିଫଳ ହୋଇ ମଧ୍ୟରାତ୍ରରେ ରାମକ୍ରିଷ୍ଣ ମିସନ୍‌ ସେବା ପ୍ରତିଷ୍ଠାନକୁ ନେଇ ଯାଇଥିଲୁ। ସେଠାରେ ବି ଚିକିତ୍ସା ସମ୍ଭବ ହେଲା ନାହିଁ। ରାତି ପାଖାପାଖି ୨ଟା ସମୟରେ ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’କୁ ନେବା ପରେ ଶେଷରେ ସେଠାକାର ଡାକ୍ତରମାନେ ଶିଶୁଟିର ଚିକିତ୍ସା କରି ତା’ ତଣ୍ଟିରୁ କଏନ୍‌ଟିକୁ କାଢ଼ିବାରେ ସମର୍ଥ ହୋଇଥିଲେ।’

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.