କରୋନା ସହ ଲଢେଇ ପାଇଁ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ, କଏଦୀଙ୍କୁ ଲଗାଇ ବିପୁଳ ସଂଖ୍ୟାରେ ମାସ୍କ ପ୍ରସ୍ତୁତ କରୁଛନ୍ତି

ସାଗର(ମଧ୍ୟପ୍ରଦେଶ): କରୋନା ଏବେ ସାରା ବିଶ୍ୱରେ ମହାମାରୀ ଭଳି କାୟା ବିସ୍ତାର କରୁଥିବାବେଳେ ମାସ୍କ ବ୍ୟବହାର ପାଇଁ ସରକାର ପରାମର୍ଶ ଦେଉଛନ୍ତି | ତେବେ ଲୋକଙ୍କ ତୁଳନାରେ ମାସ୍କ ସଂଖ୍ୟା କମ ଥିବାରୁ କିଛି ବ୍ୟବସାୟୀ ଏବେ ମାସ୍କକୁ କଳାବଜାରୀ କରିବା ଆରମ୍ଭ କରିଦେଇଛନ୍ତି | ତେବେ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଏବେ ଜଣେ ଜିଲ୍ଲାପାଳ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି | ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜିଲ୍ଲାପାଳ ପ୍ରୀତି ନାୟକ ଏବେ ମାସ୍କ ପ୍ରସ୍ତୁତି ପାଇଁ ଜେଲରେ ଥିବା କଏଦୀଙ୍କ ସାହାଯ୍ୟ ନେଇଛନ୍ତି | ଏକ ସପ୍ତାହ ପୂର୍ବରୁ ଜିଲ୍ଲାପାଳଙ୍କୁ ଜାଣିବାକୁ ପାଇଥିଲେ ଯେ ମାସ୍କର ଅଭାବ ରହିଛି | ଏହାପରେ ତୁରନ୍ତ ଜିଲ୍ଲା ସେଣ୍ଟ୍ରାଲ ଜେଲରଙ୍କୁ କଏଦୀମାନଙ୍କ ଦ୍ୱାରା ନିର୍ଦ୍ଦେଶ ଦେଇଥିଲେ। ଏହି କଏଦୀମାନେ ପୂର୍ବରୁ ଜେଲ ଭିତରେ କୁର୍ତ୍ତା ଓ ଅନ୍ୟାନ୍ୟ ପୋଷାକ ପ୍ରସ୍ତୁତ କରୁଥିଲେ | ତେବେ ଅନ୍ତେବାସୀଙ୍କୁ କପଡା ମାସ୍କ ପ୍ରସ୍ତୁତ କରିବାକୁ ପ୍ରୀତି ଜେଲରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକ ସପ୍ତାହ ପୂର୍ବରୁ, କେନ୍ଦ୍ରୀୟ ଜେଲର ୫୫ ଜଣ ଅନ୍ତେବାସୀ ପରସ୍ପରଠାରୁ ଯଥେଷ୍ଟ ଦୂରରେ ବସି ଦୁଇ ସ୍ତରର ମାସ୍କ ତିଆରି କରିବା ଆରମ୍ଭ କରିଥିଲେ। ସେମାନେ ଏପର୍ଯ୍ୟନ୍ତ ୧୦୦୦୦ ମାସ୍କ ତିଆରି କରିଛନ୍ତି ଏବଂ ପ୍ରତିଦିନ ଏକ ହଜାର ମାସ୍କ ଉତ୍ପାଦନ କରୁଛନ୍ତି |

ପ୍ରୀତି ନାୟକ କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ପ୍ରୋଟୋକଲକୁ ଅନୁସରଣ କରି ପ୍ରାଥମିକତା ଭିତ୍ତିରେ ଏହି ମାସ୍କଗୁଡ଼ିକୁ ସ୍ୱାସ୍ଥ୍ୟ କର୍ମଚାରୀ, ଡାକ୍ତର ଏବଂ ପୁଲିସକୁ ମାଗଣାରେ ବଣ୍ଟନ କରାଯାଉଛି | ସାଧାରଣ ଜନତା ଏହି ମାସ୍କଗୁଡ଼ିକୁ ସ୍ଥାନୀୟ ଦୋକାନରେ ୧୦ ଟଙ୍କାରେ କିଣି ପାରିବେ | ଯଦି ମାସ୍କର ଅଧିକ ଚାହିଦା ଥାଏ କିମ୍ବା ଜିଲ୍ଲା ବାହାରେ କେହି ମାସ୍କ କିଣିବାକୁ ଚାହାଁନ୍ତି, ତେବେ ଆମେ ଉତ୍ପାଦନ ବୃଦ୍ଧି କରି ଖୁସି ହେବୁ।

ସମ୍ବନ୍ଧିତ ଖବର