ସୁଖୋଇ ଓ ରାଫେଲର ମିଳିତ ଶକ୍ତି ଭାରତର ଯେକୌଣସି ଶତ୍ରୁକୁ ପରାସ୍ତ କରିପାରିବ : ବାୟୁସେନା ଉପମୁଖ୍ୟ

ନୂଆଦିଲ୍ଲୀ : ଭାରତ ହାତକୁ ରାଫେଲ ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଅନେକଗୁଣ ବଢିଯିବ । କାରଣ ରାଫେଲ ଓ ଭାରତ ପାଖରେ ଏବେ ଥିବା ସୁଖୋଇ-୩୦ଏମକେଆଇ ର ମିଳିତ ଶକ୍ତି ଯେକୌଣସି ଶତ୍ରୁକୁ ପରାସ୍ତ କରିବାକୁ ସକ୍ଷମ ହେବେ ବୋଲି କହିଛନ୍ତି ଭାଇସ ଚିଫ ଏୟାର ମାର୍ସାଲ ଆରକେ ଭଦୋରିଆ । ଫ୍ରାନ୍ସରେ ଏବେ ଚାଲିଥିବା ଭାରତ-ଫ୍ରାନ୍ସ ମିଳିତ ଯୁଦ୍ଧାଭ୍ୟାସ ଅବସରରେ ସୁଖୋଇ ଓ ରାଫେଲର ମିଳିତ ଶକ୍ତିକୁ ପରଖାଯାଇଛି । ଭାରତ ପାଖରେ ଏବେ ୨୦୦ରୁ ଅଧିକ ସୁଖୋଇ-୩୦ଏମକେଆଇ ବିମାନ ଥିବାବେଳେ ସେପ୍ଟେମ୍ବର ସୁଦ୍ଧା ପ୍ରଥମ ରାଫେଲ ବିମାନ ଭାରତରେ ପହଞ୍ଚିବ ।

News Track

ଗତ ଫେବ୍ରୁଆରୀ ୨୬ରେ ଭାରତ କରିଥିବା ବାଲାକୋଟ ଏୟାରଷ୍ଟ୍ରାଇକ ପରି ଅପରେସନ ପାକସ୍ତାନ କରିବାକୁ ସାହସ କରିବ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଏଭଳି ଦୁଃସାହାସ ପାକିସ୍ତାନ କେବେ କରିବ ନାହିଁ । କାରଣ ଏପରି କଲେ ସୁଖୋଇ ଓ ରାଫେଲର ମିଳିତ ଆକ୍ରମଣକୁ ପାକିସ୍ତାନ ବାୟୁସେନା ସମ୍ଭାଳିପାରିବ ନାହିଁ । ଭାରତୀୟ ବାୟୁସେନା ନିଜର ସୁଖୋଇ ଓ ରାଫେଲ ମାଧ୍ୟମରେ ଏପରି ଆକ୍ରମଣ କରିବ ଯେ ପାକିସ୍ତାନ ପ୍ରବଳ କ୍ଷତିର ସମ୍ମୁଖୀନ ହେବ ।

ସମ୍ବନ୍ଧିତ ଖବର