ବ୍ୟବସାୟ କରିବାକୁ ଆଣ୍ଟିଗୁଆ ଆସିଛି : ଚୋକସୀ

ଆଣ୍ଟିଗୁଆ : ନିଜର ବ୍ୟବସାୟ ସଂପ୍ରସାରଣ ପାଇଁ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଛି ବୋଲି କହିଛି ଭାରତରୁ ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀ । ସେ କହିଛି ଯେ ସେ ଆଇନ ଅନୁସାରେ ଆଣ୍ଟିଗୁଆ ଓ ବାର୍ବୁଡାର ନାଗରିକତ୍ୱ ଗ୍ରହଣ କରିଛି ।

ତିନିଦିନ ତଳେ ଖବର ମିଳିଥିଲା ଯେ ଚୋକସୀ ଆମେରିକା ବାଟ ଦେଇ କାରିବିୟ ଦେଶ ଆଣ୍ଟିଗୁଆକୁ ପଳାଇଯାଇଛି । ତା ବିରୋଧରେ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରାଯାଇଥିବାବେଳେ ଆଣ୍ଟିଗୁଆ ସରକାର ଇଣ୍ଟରପୋଲକୁ ସୂଚନା ଦେଇଛନ୍ତି ଯେ ସେ ଚଳିତ ମାସରେ ସେଠାରେ ପହଞ୍ଚିଛି ଓ ତା ପାଖରେ ଆଣ୍ଟିଗୁଆର ପାସପୋର୍ଟ ଅଛି । ତେବେ ଇତିମଧ୍ୟରେ ଆଣ୍ଟିଗୁଆ ସରକାର କହିଛନ୍ତି ଯେ ଭାରତ ସରକାରଙ୍କଠାରୁ ଆଇନ ଅନୁଯାୟୀ ଆବେଦନ ମିଳିଲେ ସେ ସଂପର୍କରେ ବିଚାର କରାଯିବ । ଆଣ୍ଟିଗୁଆର ବିରୋଧୀ ଦଳ ମଧ୍ୟ ମେହୁଲ ଚୋକସୀକୁ ନାଗରିକତ୍ୱ ଦେବାକୁ ବିରୋଧ କରୁଛନ୍ତି ।

ଚୋକସୀ ଓ ତା ଭଣଜା ନିରବ ମୋଦି ପ୍ରାୟ ୧୩ ହଜାର କୋଟି ଟଙ୍କାର ପଂଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ଦୁଇ ମୁଖ୍ୟ ଅଭିଯୁକ୍ତ । ଗତ ଜାନୁଆରୀ ମାସରୁ ହିଁ ଚୋକସୀ ଭାରତକୁ ପଳାଇଯାଇଥିବା ଅନୁମାନ କରାଯାଉଛି । ତାଙ୍କୁ ଏବେ ଉଭୟ ସିବିଆଇ ଓ ଇଡି ଖୋଜୁଛି ।

ସମ୍ବନ୍ଧିତ ଖବର