ଆସୁଛି ବାତ୍ୟା ‘ସାଗର’

ନୂଆଦିଲ୍ଲୀ:ଦୀର୍ଘ ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ ତୋଫାନ ତାଣ୍ଡବଲୀଳା ସୃଷ୍ଟି କରିଥିବା ବେଳେ ପୁଣି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରବଳ ବାତ୍ୟା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଏହି ବାତ୍ୟାର ନାମ ‘ସାଗର’ ରଖାଯାଇଥିବା ବେଳେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଲାକ୍ଷାଦ୍ୱୀପରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିବ। ଏହା ପ୍ରଭାବରେ ଦେଶର ୨୦ରୁ ଉର୍ଦ୍ଧ୍ୱ ରାଜ୍ୟରେ ମଧ୍ୟ ଝଡ଼ ତୋଫାନ ହେବାର ଆଶଙ୍କା କରାଯାଇଛି।

ସମ୍ବନ୍ଧିତ ଖବର