ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସଲରଙ୍କ ବଡ଼ ସଫଳତା: ସୁଶୀଲ କୁମାର ଏବଂ ରାହୁଲ ଆଓ୍ଵାରେ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ରେସଲିଂରେ ଭାରତକୁ ମିଳିଛି ବଡ଼ ସଫଳତା। ଭାରତୀୟ ରେସଲର୍‌ ସୁଶୀଲ କୁମାର ଏବଂ ରହୁଲ ଆଓ୍ଵାରେ ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ଜଣାପଡ଼ିଛି । ଏହି ଦୁଇଟି ସ୍ୱର୍ଣ୍ଣ ପରେ ଭାରତର ପଦକ ସଂଖ୍ୟା ୨୯ରେ ପହଞ୍ଚିଛି।

୭୪ କେଜି ଫ୍ରିଷ୍ଟାଇଲ୍‌ରେ ଦକ୍ଷିଣ ଆଫ୍ରିକୀୟ ପ୍ରତିନ୍ଦ୍ୱନ୍ଦ୍ୱୀ ଜୋହାନ୍ସ ବୋଥାଙ୍କୁ ହରାଇ ସୁଶୀଲ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ରାହୁଲ ୫୭ କେଜି ଫ୍ରିଷ୍ଟାଇଲ୍‌ରେ କାନାଡାର ପ୍ରତିନ୍ଦ୍ୱନ୍ଦ୍ୱୀ ଷ୍ଟିଭେନ ତଖାସୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ପଦକ ତାଲିକାକୁ ଆଗକୁ ବଢ଼ାଇଛନ୍ତି ।

ଜୋହନ୍ସଙ୍କୁ ହରାଇବା ପାଇଁ ସୁଶୀଲଙ୍କୁ ମାତ୍ର ୮୦ସେକେଣ୍ଡ ସମୟ ଲାଗିଥିବା ବେଳେ ସେ ୧୦-୧ରେ ବିଜୟ ହାସଲ କରିଥିଲେ। ସୁଶୀଲଙ୍କ ପ୍ରତିଟି ଚାଲ୍‌ ଆଗରେ ହାର ମାନିଥିଲେ ତାଙ୍କ ଦକ୍ଷିଣ ଆଫ୍ରିକୀୟ ପ୍ରତିନ୍ଦ୍ୱନ୍ଦ୍ୱୀ। ଅନ୍ୟ ପକ୍ଷରେ ରାହୁଲ କାନାଡା ପ୍ରତିପକ୍ଷ ଷ୍ଟିଭେନଙ୍କୁ ୧୫-୭ରେ ହରାଇଥିଲେ ।

firstpost.com

ଉଲ୍ଲେଖଯୋଗ୍ୟ କି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ପାଇଥିବା ଭାରତୀୟ ରେସଲର୍‌ ସୁଶୀଲ କୁମାର ପୂର୍ବରୁ ଅଲମ୍ପିକ୍‌ରେ ଭାରତକୁ ୩ଟି ସ୍ୱର୍ଣ୍ଣ ପଦକ ଦେଇଥିବା ବେଳେ ଏସିୟାନ ଗେମ୍‌ରେ ୫ଟି ସ୍ୱର୍ଣ୍ଣ ପଦକ ଅର୍ଜନ କରି ସାରିଛନ୍ତି ।

ସମ୍ବନ୍ଧିତ ଖବର