ଅସ୍ତ୍ର ପ୍ରତିଯୋଗିତା ବଢ଼ିବ: ଚୀନ୍‌

୨୦୨୦ ସୁଦ୍ଧା ଆମେରିକାର ମହାକାଶ ସେନା

ବେଜିଂ: ଆମେରିକା ୨୦୨୦ ସୁଦ୍ଧା ଏହାର ସ୍ପେସ୍‌ ଫୋର୍ସ ଗଠନ କରିବାକୁ ଘୋଷଣା କରିଛି। ଆମେରିକାର ଏହା ଷଷ୍ଠ ସୈନ୍ୟସେବା ହେବ ଏବଂ ଏହା ସବୁଠାରୁ ଅଧିକ ଘାତକ ହେବ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସ୍ପେସ୍‌ ଫୋର୍ସକୁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କରାଯିବ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ଚୀନ୍‌ ଉଦ୍‌ବେଗ ପ୍ରକାଶ କରିଛି। ଆମେରିକାର ଏଭଳି ପଦକ୍ଷେପ ନୂଆ ଧରଣର ଅସ୍ତ୍ର ପ୍ରତିଯୋଗିତା ବଢ଼ାଇବ ବୋଲି ଚୀନ୍‌ ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ମହାକାଶ ସମ୍ବନ୍ଧୀୟ ଅସ୍ତ୍ର ନିର୍ମାଣ ବୃଦ୍ଧି ପାଇଲେ ଏହା ବିଶ୍ୱ ପାଇଁ ନୂଆ ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି । ଆମେରିକାର ଏହି ନିଷ୍ପତ୍ତି ରୁଷ୍‌ ସହ ଏହାର ତିକ୍ତତାକୁ ଚରମ ସୀମାରେ ପହଞ୍ଚାଇବ ବୋଲି କୂଟନୀତିଜ୍ଞ ମହଲରେ ଆଲୋଚନା ଚାଲିଛି। ରୁଷ୍‌ ଏବଂ ଆମେରିକା ମହାକାଶରେ ପ୍ରାଧାନ୍ୟ ବିସ୍ତାର ପାଇଁ ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି। ତେବେ ଏହି ଦୌଡ଼ରେ ଆଗକୁ ଚୀନ୍‌ ମଧ୍ୟ ସାମିଲ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର