କୈଳାସଙ୍କ ବିରୋଧରେ ପୁଣି ଅଭିଯୋଗ:କ୍ଷମା ପ୍ରାର୍ଥନା କଲେ ଶାମ୍‌ କୌଶଲ

ମୁମ୍ବାଇ,: ପ୍ରଖ୍ୟାତ ଗାୟକ କୈଳାସ ଖେର୍‌ଙ୍କ ବିରୋଧରେ ଏକ ନୂଆ ନିର୍ଯାତନା ଅଭିଯୋଗ ଆସିଛି। ଗା‌ୟିକା ବର୍ଷା ସିଂହ ଧନୋଆ ଏହି ଅଭିଯୋଗ ଆଣିଛନ୍ତି। ଅନ୍‌ଲାଇନ୍‌ରେ ଏକ ଲମ୍ବା ଅବଧିର ଭିଡିଓ ସେୟାର କରି ଧନୋଆ କହିଛନ୍ତି ଯେ କୈଳାସ ତାଙ୍କ ନିକଟକୁ ବାରମ୍ବାର ମେସେଜ୍ କରି ତାଙ୍କୁ ଭେଟିବାକୁ ଅନୁରୋଧ କରୁଥିଲେ। ଏମିତି କି ‌େସ ତାଙ୍କୁ ପ୍ରେମ କରିବାକୁ ଚାହାନ୍ତି ବୋଲି କହିଥିଲେ। ଏହି ଘଟଣା ପରେ ‌େସ କୈଳାସଙ୍କୁ ଆଦୌ ଭେଟିନାହାନ୍ତି କି ‌ଚାଟ୍‌ କରିନାହାନ୍ତି। ତେବେ ଏଭଳି ଜଣେ ବ୍ୟକ୍ତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନିଆଯିବା ଆବଶ୍ୟକ ବୋଲି ଧନୋଆ କହିଛନ୍ତି। ଅନ୍ୟପକ୍ଷରେ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ‌େହାଇଥିବା ବଲିଉଡ୍‌ର ଆକ୍ସନ୍‌ ଡାଇରେକ୍ଟର ଶାମ୍ କୌଶଲ ଆଜି ଟ୍ବିଟର୍‌ରେ କ୍ଷମା ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର