ଉର୍ମିଳା ମାତୋଣ୍ଡକରଙ୍କ ନାମରେ ଥାନାରେ ଅଭିଯୋଗ

ନୂଆଦିଲ୍ଲୀ: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଉର୍ମିଳା ମାତୋଣ୍ଡକର ଧର୍ମୀୟ ଭାବନାକୁ କୁଠାରଘାତ ପହଞ୍ଚାଇଥିବା ନେଇ ମୁମ୍ବାଇର ପୱଇ ଥାନାରେ ବିଜେପି ନେତା ସୁରେଶ ନଖୁଆ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ମନ୍ତବ୍ୟର ଅନ୍ୟ ଅର୍ଥ ବାହାର କରାଯାଇଥିବା ବୋଲି ଯୁକ୍ତି ରଖିଛନ୍ତି ଉର୍ମିଳା ମାତୋଣ୍ଡକର।

ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ସମୟରେ ଉର୍ମିଳା ମାତୋଣ୍ଡକର ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି । ହିନ୍ଦୁ ଧର୍ମ ବିଶ୍ୱର ସବୁଠୁ ହିଂସାତ୍ମକ ଧର୍ମ ବୋଲି ଉର୍ମିଳା ମାତୋଣ୍ଡକର କହିଥିବା ବିଜେପି ନେତାଙ୍କ ଅଭିଯୋଗରେ ଉଲ୍ଲେଖ ଅଛି ।

ABP Live

ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉର୍ମିଳା ।ବିଜେପି ନେତାଙ୍କ ଅଭିଯୋଗ ନିରାଧାର ଏବଂ ତାଙ୍କ ମନ୍ତବ୍ୟର ଅନ୍ୟ ଅର୍ଥ ବାହାର କରାଯାଇଛି ବୋଲି ଉର୍ମିଳା ମାତୋଣ୍ଡକର କହିଛନ୍ତି । ଉର୍ମିଳାଙ୍କ କହିବା କଥା ହେଲା ବିଜେପି ଯେପରି ହିନ୍ଦୁ ଧର୍ମ ନାମରେ ଭୋଟ୍‌ ରାଜନୀତି କରୁଛି ଏବଂ ହିସାଂ ବଢାଉଛି ଏହାଦ୍ୱାରା ହିନ୍ଦୁ ଧର୍ମର ଅପମାନ ହେଉଛି ବୋଲି ସେ ମନ୍ତବ୍ୟ ଦେଇଥିଲେ ।

 

ସମ୍ବନ୍ଧିତ ଖବର