ଲୋକସଭାରେ ଉପସ୍ଥିତ ରହିବାକୁ ବିଜେପି, କଂଗ୍ରେସର ହ୍ବିପ୍‌

ନୂଆଦିଲ୍ଲୀ : ଆସନ୍ତାକାଲି ଲୋକସଭାରେ ଦଳୀୟ ସାଂସଦମାନେ ଉପସ୍ଥିତ ରହିବା ପାଇଁ ବିଜେପି ଓ କଂଗ୍ରେସ ହ୍ବିପ୍‌ ଜାରି କରିଛନ୍ତି। ଆସନ୍ତାକାଲି ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଉପରେ ଆଲୋଚନା ଓ ଭୋଟ୍‌ ଗ୍ରହଣ ହେବାକୁ ଥିବାରୁ ଉଭୟ ଦଳ ୩ ଧାଡ଼ିଆ ହ୍ବିପ୍‌ ଜାରି କରିଛନ୍ତି। ହ୍ବିପ୍‌ ଉଲ୍ଲଂଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି। ଆସନ୍ତାକାଲି ରାଜ୍ୟସଭାରେ ମଧ୍ୟ ତିନି ତଲାକ୍‌ ବିଲ୍‌ ଉପସ୍ଥାପନ କରାଯିବ। କେରଳର ଥାଲାସିରରେ ବିଜେପିର ରାଜ୍ୟସଭା ସାଂସଦ ଭି ମୁରଲୀଧରନ୍‌ଙ୍କ ବାସଭବନ ଉପରେ ଆକ୍ରମଣର ପ୍ରତିବାଦରେ ସମସ୍ତ ବିଜେପି ସାଂସଦ ପୂର୍ବାହ୍ନ ୧୦ଟା ବେଳେ ସଂସଦ ଭବନ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ବିରୋଧ ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର