ଆଇଏନ୍‌ଏସ୍‌ ବିରାଟରେ ରାଜୀବ ଗାନ୍ଧୀ ଛୁଟି କଟାଉଥିଲେ ବୋଲି କହିଥିଲେ ମୋଦୀ, କଂଗ୍ରେସ କହିଲା ବାୟୁସେନା ବିମାନକୁ ମୋଦୀ ଟ୍ୟାକ୍ସି କରି ଦେଲେଣି

ନୂଆଦିଲ୍ଲୀ : ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍‌ଏସ୍‌ ବିରାଟରେ ଛୁଟି କଟାଉଥିଲେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏଭଳି ବୟାନ ଆସିବା ପରେ କଂଗ୍ରେସ ମଧ୍ୟ ପାଲଟା ଆକ୍ରମଣ କରିବାକୁ ଭୁଲି ନାହିଁ । ମୋଦୀ ଆଇଏନ୍‌ଏସ୍‌ ବିରାଟ କଥା ଉଠାଇଥିବା ବେଳେ କଂଗ୍ରେସ ବାୟୁସେନାର ବିମାନକୁ ନେଇ ମୋଦୀଙ୍କୁ ସମାଲୋଚନା କରିଛି ।

କଂଗ୍ରେସର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ମୋଦୀ ବାୟୁସେନାର ବିମାନକୁ ଟ୍ୟାକ୍ସି କରି ସାରିଲେଣି । ମୋଦୀ ବାୟୁସେନା ବିମାନର ଫାଇଦା ଉଠାଉବା ସହ ନିଜର ଟ୍ୟାକ୍ସି ଭାବେ ବ୍ୟବହାର କରୁଛନ୍ତି । ମୋଦୀ ରାଜୀବ ଗାନ୍ଧୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଅଧିକାରୀକ ଯାତ୍ରା ଥିଲା । ମୋଦୀଙ୍କ ପାଖରେ କିଛି କହିବାକୁ ନାହିଁ, ଯାହା ପାଇଁ ଗାନ୍ଧୀ-ନେହେରୁ ପରିବାରକୁ ନେଇ ମିଛ ଖବର ପ୍ରଚାର କରୁଛନ୍ତି।  ମୋଦୀ ନିଜେ ବାୟୁସେନା ବିମାନକୁ ଟ୍ୟାକ୍ସି କରି ଦେଇଛନ୍ତି । ମାତ୍ର ୭୪୪ଟଙ୍କା ଦେଇ ବିମାନର ବ୍ୟବହାର କରୁଛନ୍ତି । ଲୋକମାନଙ୍କ ନଜର ଅସଲ ବିଷୟ ଉପରୁ ହଟାଇବା ପାଇଁ ମୋଦୀ ଅନ୍ୟ ବିରୋଧରେ ଏଭଳି କହିବା ଆରମ୍ଭ କରିଛନ୍ତି ।

oneindia.com

ଅନ୍ୟ ପକ୍ଷରେ, ରାଜୀବ ଗାନ୍ଧୀଙ୍କ ଗସ୍ତ ସମୟରେ ଲାକ୍ଷ୍ୟାଦୀପର ପ୍ରଶାସକ ଥିବା ବଜାହତ୍‌ ହବିବ୍‌ଉଲ୍ଲା ମୋଦୀଙ୍କ ବୟାନକୁ ମିଛ ବୋଲି କହିଛନ୍ତି। ରାଜୀବ ଗାନ୍ଧୀ ବୁଲିବା ପାଇଁ ନୁହେଁ, ବରଂ ସରକାରୀ କାମରେ ଲାକ୍ଷ୍ୟାଦୀପ ଯାଇଥିଲେ । ଆଇଏନ୍‌ଏସ୍‌ ବିରାଟକୁ ସେଠାରେ ରାଜୀବ ଗାନ୍ଧୀଙ୍କ ସୁରକ୍ଷା ପାଇଁ ରଖାଯାଇଥିଲା । ରାଜୀବ ଗାନ୍ଧୀଙ୍କୁ ସୁରକ୍ଷାର ଆବଶ୍ୟକତା ରହିଥିବା ବେଳେ ସମୁଦ୍ର ମଧ୍ୟରେ ଯୁଦ୍ଧପୋତ ବିନା ଅନ୍ୟ କୌଣସି ଉପାୟରେ ସୁରକ୍ଷା ଦିଆ ଯାଇ ପାରିବାର ବ୍ୟବସ୍ଥା ନ ଥିବାରୁ ଆଇଏନ୍‌ଏସ୍‌ ବିରାଟର ବ୍ୟବହାର କରାଯାଇଥିଲା ବୋଲି କହିଛନ୍ତି ହବିବ୍‌ଉଲ୍ଲା ।

ସମ୍ବନ୍ଧିତ ଖବର