ଦଳୀୟ ସାଂସଦମାନଙ୍କ ପାଇଁ କଂଗ୍ରେସ ଜାରି କଲା ତିନି ଲାଇନ୍‌ର ହୁଇପ୍‌

ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଜି ତା’ର ସାଂସଦମାନଙ୍କ ନିମନ୍ତେ ଏକ ତିନି ଲାଇନ୍‌ର ହୁଇପ୍‌ ଜାରି କରିଛି। ସଂସଦର ଲୋକସଭାରେ ପ୍ରତିନିଧିତ୍ୱ କରୁଥିବା ଦଳର ସମସ୍ତ ସାଂସଦମାନଙ୍କୁ ଆସନ୍ତା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ନଶ୍ଚିତ ରୂପେ ସଂସଦରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସଂସଦର ଲୋକସଭାରେ ଥିବା ଦଳୀୟ ସାଂସଦମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ହୁଇପ୍‌ରେ କୁହାଯାଇଛି, ‘ଲୋକସଭାର ସମସ୍ତ କଂଗ୍ରେସ ସାଂସଦ ଆସନ୍ତା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ , ଦିନ ୧୧ଟାରୁ ସଂସଦ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସଂସଦରେ ନିଶ୍ଚିତ ରୂପେ ଉପସ୍ଥିତ ରହିବେ। ଏବଂ ସରକାରଙ୍କ ପକ୍ଷରୁ ସଂସଦରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟ ଆଲୋଚନାରେ ଭାଗ ନେବା ସହ ଦଳ ସଂସଦରେ ଗ୍ରହଣ କରିବାକୁ ଥିବା ଆଭିମୁଖ୍ୟକୁ ସମର୍ଥନ ଜଣାଇବେ ବୋଲି ଜାରି କରାଯାଇଥିବା ତିନି ଲାଇନିଆ ଏହି ହୁଇପ୍‌ରେ ସମସ୍ତ ଦଳୀୟ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର