ମୋଦି ବଡ଼ ବଡ଼ କଥା କହୁଛନ୍ତି ଯାହାକି ବାସ୍ତବତାଠାରୁ ଦୂରରେ : କଂଗ୍ରେସ

ନୂଆଦିଲ୍ଲୀ : ଏଏନଆଇକୁ ମୋଦିଙ୍କ ସାକ୍ଷାତକାର ପରେ କଂଗ୍ରେସ ତୁରନ୍ତ ତାଙ୍କୁ ଟାର୍ଗେଟ କରିଛି । ଦଳର ମୁଖପାତ୍ର ରଣଦୀପ ସୁର୍ଯ୍ୟେବାଲା କହିଛନ୍ତି ଯେ ମୋଦି ଖାଲି ବଡ଼ ବଡ଼ କଥା କହୁଛନ୍ତି କିନ୍ତୁ ତାହା ବାସ୍ତବିକତାଠାରୁ ବେଶ ଦୂରରେ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବିମୁଦ୍ରାୟନ, ଜିଏସଟି ଯୋଗୁଁ ଲୋକେ ଭୋଗୁଥିବା ଦୁର୍ଦ୍ଦଶା, ବ୍ୟାଙ୍କ ଦୁର୍ନିତି, କୃଷକ ଦୁର୍ଦ୍ଦଶା ଓ ଜାତୀୟ ସୁରକ୍ଷା ଆଦି ପ୍ରସଙ୍ଗରେ କହିବାର ଥିଲା । ମୋଦିଙ୍କ କଥାର ସାରାଂଶ ହେଉଛି “ମୁଁ, ମୋର, ମୋ ଦ୍ୱାରା” କିନ୍ତୁ ମୋଦିଙ୍କ ମିଛ ଯୋଗୁଁ ଦେଶ ଭୋଗୁଛି ବୋଲି ସେ କହିଛନ୍ତି । ମୋଦି ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି । ଏହାର ଜବାବ ରଖି ବିଜେପି କହିଛି ଯେ କଂଗ୍ରେସ ଦେଶରେ ନକାରାତ୍ମକ ଭାବନା ପ୍ରଚାର କରିବା ପାଇଁ ଜୋର ସୋରରେ ପ୍ରଚାର ଚଳାଇଛି ।

ସମ୍ବନ୍ଧିତ ଖବର