ରଣନୀତି ପ୍ରସ୍ତୁତି ପାଇଁ ଓଡ଼ିଶା କଂଗ୍ରେସ, ବିଜେପି ନେତା ଦିଲ୍ଲୀରେ

ନୂଆଦିଲ୍ଲୀ : ଆଗାମୀ ନିର୍ବାଚନକୁ ନେଇ ଏବେ ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ଏବଂ ବିଜେପି ନେତାମାନେ ତତ୍ପର ହୋଇଉଠିଛନ୍ତି। ଆଜି ଦିଲ୍ଲୀରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ବିଜେପି ସମ୍ମିଳନୀରେ ଓଡ଼ିଶାର ୫୦ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଦିଲ୍ଲୀରେ ପହଞ୍ଚିଛନ୍ତି। ଅପରପ‌କ୍ଷେ କଂଗ୍ରେସ କ୍ୟାମ୍ପ୍‌ ମଧ୍ୟ ଚଳଚଞ୍ଚଳ ଅଛି। ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନୀଙ୍କ ଅଧ୍ୟକ୍ଷତାରେ ଗଠିତ କଂଗ୍ରେସ ରଣନୀତି କମିଟି ବୈଠକରେ ଓଡ଼ିଶା ସମେତ ସବୁ ରାଜ୍ୟରେ ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ଡାଟାବେସ୍‌ ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି। ବିଶେଷ କରି ଆଗୁଆ ଟିକଟ ବଣ୍ଟନ କିଭଳି କରାଯିବ‌ ସେନେଇ କମିଟି ଆଲୋଚନା କରିଥିବା ଜଣାପଡ଼ିଛି। ଅପରପକ୍ଷେ ଆଗାମୀ ଲୋକସଭା ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ତଥା ନିର୍ବାଚନୀ ପ୍ରସ୍ତୁତି ସମୀକ୍ଷା କରିବାପାଇଁ ଭାରତୀୟ ନିର୍ବାଚନ ଆୟୋଗ ଆଜିଠୁ ଦୁଇ ଦିନିଆ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ବୈଠକ ଦିଲ୍ଲୀରେ ଆରମ୍ଭ ହୋଇଛି। ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଯୋଗ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର