ଭାରତୀୟ ସଂସ୍କୃତି, ପରମ୍ପରା କଂଗ୍ରେସ ପାଇଁ ସମସ୍ୟା : କଂଗ୍ରେସକୁ ବିଜେପିର ଜବାବ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସରେ ରାଫେଲ ଲଢୁଆ ବିମାନକୁ ପୂଜା କରିବାକୁ କଂଗ୍ରେସନେତା ମଲ୍ଲିକାର୍ଜୁନ ଖଡଗେ ତାମସା ( ନାଟକ) କରିବା ପରେ ତାହାର ଜବାବ ଦେଇଛି ବିଜେପି । ବିଜେପି ପକ୍ଷରୁ ଟ୍ଵିଟ୍‌ କରି କୁହାଯାଇଛି ଯେ “ ବାୟୁସେନାର ଆଧୁନିକୀକରଣ ହେଲେ ତାହା କଂଗ୍ରେସ ପାଇଁ ସମସ୍ୟା, ଭାରତୀୟ ସଂସ୍କୃତି-ପରମ୍ପରା ପାଳନ ହେଲା ତାହା ମଧ୍ୟ କଂଗ୍ରେସ ପାଇଁ ସମସ୍ୟା ହେଉଛି । ଯେଉଁ ଦଳ କ୍ୱାଟ୍ରୋକିର ପୂଜା କରେ ସେହିଦଳ ପାଇଁ ଶସ୍ତ୍ରପୂଜା କରାଯିବା ଏକ ସମସ୍ୟା ପରି ଲାଗିବା ସ୍ୱାଭାବିକ । ଆହୁରି ମଧ୍ୟ ଖଡଗେ ଜି ! ବୋଫର୍ସ କଥା ମନେପକେଇ ଦେଇଥିବାରୁ ଧନ୍ୟବାଦ” ।
ପ୍ରତିରକ୍ଷା ମନ୍ତ୍ରୀ ଶସ୍ତ୍ରପୂଜା କରିବା ପ୍ରସଙ୍ଗରେ ଆଜି ଖଡଗେ କହିଥିଲେ ଯେ ଏପରି କୌଣସି ନାଟକ କରିବାର ଆବଶ୍ୟକତା ନାହିଁ । ଆମେ ଯେତେବେଳେ ବୋଫର୍ସ ଆଣିଥିଲୁ ସେତେବେଳେ ସେଗୁଡ଼ିକୁ ଆଣିବାକୁ କେହି ଯାଇନଥିଲେ ବା ଦେଖେଇ ହୋଇନଥିଲେ ।

ସମ୍ବନ୍ଧିତ ଖବର