ଦୁମକା: ନାଗରିକତା ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉପରେ କଡ଼ା ପ୍ରହାର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ବିରୋଧୀ କାର୍ଯ୍ୟ କରିବା ଏବେ କଂଗ୍ରେସର ଅଭ୍ୟାସ ପାଲଟି ଯାଇଛି। ଦେଶରେ ଅରାଜକତା ଓ ହିଂସାର ପ୍ରସାର ଘଟାଇବା ପାଇଁ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ପ୍ରୟାସ କରୁଛନ୍ତି। କଂଗ୍ରେସର ଏଭଳି କାର୍ଯ୍ୟ ଯୋଗୁଁ ନାଗରିକତା ଆଇନ ସଂକ୍ରାନ୍ତ ଆମର ନିଷ୍ପତ୍ତି ହଜାରେ ପ୍ରତିଶତ ଠିକ୍ ଥିବା ପ୍ରମାଣିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଏବେ କଂଗ୍ରେସ ଯେଉଁ ନିଆଁ ଲଗାଇବାକୁ ଚେଷ୍ଟା କରୁଛି ତାହା ଏହି ଦଳର ହତାଶା ଏବଂ ଦେଶ ବିରୋଧୀ ଚିନ୍ତାଧାରାକୁ ଦର୍ଶାଉଛି । କାଲି ପର୍ଯ୍ୟନ୍ତ ଯେଉଁ କାମ ପାକିସ୍ତାନ କରୁଥିଲା ତାହା ଏବେ କଂଗ୍ରେସ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡର ଦୁମକାରେ ଅନୁଷ୍ଠିତ ରୢାଲିରେ କଂଗ୍ରେସକୁ କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ କେବଳ ନିଜର ପରିବାରର ସ୍ବାର୍ଥ ଭିତରେ ବୁଡ଼ି ରହି ଦେଶ ସ୍ବାର୍ଥକୁ ସର୍ବଦା ଅଣଦେଖା କରି ଆସିଛନ୍ତି ସେମାନେ ଏବେ ଯେନତେନ ପ୍ରକାରେ ହିଂସା ଓ ଅରାଜକତା ଚାହୁଛନ୍ତି। ଦେଶରେ ଏବେ ହିଂସା ଓ ପୋଡ଼ାଜଳା କରୁଥିବା ଲୋକଙ୍କୁ ସେମାନଙ୍କ ପୋଷାକରୁ ଠିକ୍ ଚିହ୍ନି ହେଉଛି ବୋଲି ସେ କହିଛନ୍ତି। ରାମ ଜନ୍ମଭୂମି ମାମଲା ହେଉ କି ଧାରା ୩୭୦ ହେଉ, ଦେଶର ସବୁ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ବିଦେଶରେ ମଧ୍ୟ ଭାରତ ବିରୋଧୀ ଅଭିଯାନ ଚଳାଇଛି। ୮ଟି ଦେଶର ଦୂତାବାସ ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ଦେଶ ବିରୋଧୀ ବିକ୍ଷୋଭ କରାଯାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅରାଜକତା ଚାହୁଛି କଂଗ୍ରେସ: ମୋଦୀ
ନାଗରିକତା ସଂଶୋଧନ ଆଇନ ୧୦୦୦% ସଠିକ୍ ନିଷ୍ପତ୍ତି, କିଏ ନିଆଁ ଲଗାଉଛି ସ୍ପଷ୍ଟ ଜଣାପଡୁଛି
/sambad/media/post_attachments/wp-content/uploads/2019/12/modi-jharkhand.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)