ମୋଦିଙ୍କ ବାୟୋପିକ୍‌ ପ୍ରଦର୍ଶନକୁ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ କଲା କଂଗ୍ରେସ; ନିର୍ବାଚନ ଆୟୋଗଙ୍କୁ ଜଣାଇଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମକୁ ନେଇ ଗୋଟେ ପରେ ଗୋଟେ ବିବାଦ ଦେଖିବାକୁ ମିଳୁଛି । ଏବେ କଂଗ୍ରେସ ଫିଲ୍ମର ରିଲିଜ୍‌ ତାରିଖକୁ ନେଇ ଆପତ୍ତି ଉଠାଇଥିବା ଦେଖା ଯାଇଛି । ଏ ନେଇ କଂଗ୍ରେସ ଆଜି ନିର୍ବାଚନ କମିସନ ଆଗରେ ମଧ୍ୟ ଅଭିଯୋଗ କରିଛି ବୋଲି ଜଣାପଡ଼ିଛି । ଆସନ୍ତା ଏପ୍ରିଲ ୫ରେ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏ ନେଇ କଂଗ୍ରେସ ନେତା ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ଭେଟିଲେ ବୋଲି ସାମ୍ନାକୁ ଆସିଛି ।

India Today

ନିର୍ବାଚନର ତାରିଖ ଘୋଷଣା ହେବା ପରେ ଏହି ଫିଲ୍ମର ପ୍ରଦର୍ଶନ ହେବା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି କହି କଂଗ୍ରେସର ୩ସଦସ୍ୟ ଦଳ ନିର୍ବାଚନ ଅୟୋଗକୁ ଭେଟିଥିଲେ । ୩ ସଦସ୍ୟ ଦଳରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସିଂହ ସୁରଜେଓ୍ଵାଲା, କପିଲ ସିବଲ୍ ଏବଂ ଅଭିଷେକ ମନ୍ନୁ ସିଙ୍ଘବୀ ସାମିଲ ଥିଲେ । ଏହା ପୂର୍ବରୁ ମହାରାଷ୍ଟ୍ର ନବନିର୍ବାଣ ସେନା ଏହି ଫିଲ୍ମକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହି ରାଜ୍ୟରେ ରିଲିଜ୍‌ କରାଇ ଦିଆଯିବ ନାହିଁ ବୋଲି ଧମକ ଦେଇଥିଲା।

ସମ୍ବନ୍ଧିତ ଖବର