ବିଜେପି ବିରୋଧରେ ମମତାଙ୍କୁ ସାଥ ଦେବାକୁ ମନା କଲେ କଂଗ୍ରେସ-ସିପିଏମ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ପ୍ରସ୍ତାବକୁ ମନା କଲେ କଂଗ୍ରେସ ଓ ସିପିଏମ | ମମତା କହିଥିଲେ ଯେ ବିଜେପି ବିରୋଧୀ ଅଭିଯାନରେ କଂଗ୍ରେସ ଓ ସିପିଏମ ତାଙ୍କୁ ସାହାଯ୍ୟ କରିବା ଆବଶ୍ୟକ | ତେବେ କଂଗ୍ରେସ ଓ ସିପିଏମ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ବିଜେପିର ଅଭିବୃଦ୍ଧି ପାଇଁ ମମତାଙ୍କ ନୀତି ହିଁ ଦାୟୀ | କଂଗ୍ରେସ ନେତା କହିଛନ୍ତି ଯେ ବିଜେପି ବିରୋଧରେ ସଂଘର୍ଷ କରିବା ପାଇଁ ମମତାଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ |

photo–ndtv

ମମତାଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ବିଜେପିର ଅଭିବୃଦ୍ଧି ପଶ୍ଚିମବଙ୍ଗରେ ହୋଇଛି | ପ୍ରଥମେ ମମତାଙ୍କୁ ସ୍ୱୀକାର କରିବାକୁ ପଡିବ ଯେ ତାଙ୍କ ଭୁଲ ଯୋଗୁଁ ବିଜେପି ମଜଭୁତ ହୋଇଛି | ସେହିପରି ସିପିଏମ ମଧ୍ୟ କଂଗ୍ରେସର ମତ ସହ ସହମତି ହୋଇଛି |

ମମତା କହିଥିଲେ ଯେ ବିଜେପି ବିରୋଧରେ ଟିଏମସି,କଂଗ୍ରେସ ଓ ସିପିଏମ ଏକାଠି ଲଢ଼ିବା ଆବଶ୍ୟକ | ଯାହାକୁ କଂଗ୍ରେସ ଓ ସିପିଏମ ସମର୍ଥନ କରିନାହାନ୍ତି | ଏଠାରେ ସୂଚନା ଥାଉ କି ଆସନ୍ତା ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ତେବେ ବିଜେପି ଦିନକୁ ଦିନ ପଶ୍ଚିମବଙ୍ଗରେ ନିଜ ବଳ ବଢାଇବାରେ ଲାଗିଛି |

ସମ୍ବନ୍ଧିତ ଖବର