କଂଗ୍ରେସର ଚାଣକ୍ୟ ଡିକେ ଶିବକୁମାର

ବେଙ୍ଗାଲୁରୁ: ଅନେକ ସଂଘର୍ଷ ପରେ କଂଗ୍ରେସ କର୍ଣ୍ଣାଟକ ବାଜିରେ ଜିତାପଟ ହାସଲ କରିଛି। କିନ୍ତୁ ଏହି ବିଜୟର ବଡ଼ ଶ୍ରେୟ ବରିଷ୍ଠ କଂଗ୍ରେସ ନେତା ଡି.କେ.ଶିବ କୁମାର(୫୮)ଙ୍କୁ ହିଁ ଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଦୀର୍ଘ ୨ ଦିନ ହେବା ନିଖୋଜ ଥିବା ଦୁଇ ଦଳୀୟ ବିଧାୟକ ପ୍ରତାପ ଗୌଡା ପାଟିଲ ଓ ଆନନ୍ଦ ସିହଂଙ୍କୁ ଦଳକୁ ଫେରାଇ ଆଣିବାରେ ଶିବ କୁମାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କେବଳ ଏତିକି ନୁହେଁ ବରଂ ତାଙ୍କ ତତ୍ତ୍ୱାବଧାନରେ ହିଁ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। ତେବେ ଶିବ କୁମାର କେବଳ କର୍ଣ୍ଣାଟକ ନୁହେଁ, ମହାରାଷ୍ଟ୍ର ନିର୍ବାଚନ ଓ ରାଜ୍ୟସଭା ନିର୍ବାଚନରେ ମଧ୍ୟ ନିଜର ବୁଦ୍ଧି ଓ କୌଶଳ ପାଇଁ କଂଗ୍ରେସକୁ ବିପଦରୁ ଉଦ୍ଧାର କରିଛନ୍ତି। ୨୦୦୨ ମସିହାରେ ମହାରାଷ୍ଟ୍ରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସବୁ ବିଧାୟକଙ୍କୁ ସେତେବେଳେ ଶିବ କୁମାର କର୍ଣ୍ଣାଟକ ଆଣି ସୁରକ୍ଷିତ ଭାବେ ରଖିଥିଲେ। ଠିକ୍‌ ଆସ୍ଥାଭୋଟ ଦିନ ହିଁ ଶିବ କୁମାର ବିଧାୟକଙ୍କୁ ଧରି ମୁମ୍ବାଇ ପହଞ୍ଚିଲେ ଓ ସରକାର ଭାଙ୍ଗିବାରୁ ବର୍ତ୍ତିଗଲା। ୨୦୧୭ ମସିହା ଗୁଜରାଟ ରାଜ୍ୟସଭା ନିର୍ବାଚନ ବେଳେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅହମ୍ମଦ ପଟେଲଙ୍କୁ ପରାଜିତ କରିବା ପାଇଁ ବିଜେପି ବିଛାଇଥିବା ରଣନୀତିକୁ ସେ ବିଫଳ କରିଥିଲେ।

ସମ୍ବନ୍ଧିତ ଖବର