ଅମାନିଆ ପଶୁକୁ କ’ଣ କୁହାଯାଏ? ପ୍ରିୟଙ୍କାଙ୍କ ଏହି ପ୍ରଶ୍ନର ଉତ୍ତରରେ ‘ଯୋଗୀ-ମୋଦୀ’ ବୋଲି କହିଲେ ଉପସ୍ଥିତ ଲୋକେ

ନୂଆଦିଲ୍ଲୀ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବସ୍ତି ରାଲି ସମୟରେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଲୋକେ ଅପଶବ୍ଦ କହିଥିବା ଦେଖା ଯାଇଛି । ପ୍ରିୟଙ୍କା ଏକ ବସ୍ତିରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କରିବାକୁ ପହଞ୍ଚିଥିବା ବେଳେ ଏଭଳି ଘଟଣା ଘଟିଥିଲା । ବସ୍ତିରେ କରାଯାଇଥିବା ରାଲିରେ ପ୍ରିୟଙ୍କା ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଥିଲେ ।

Rediff.com

ଜନସଭାକୁ ସମ୍ବୋଧନ କରି, କୃଷକମାନଙ୍କ ଉପରେ ଯେତେବେଳେ ସଙ୍କଟ ଆସିଥିଲା, ଯେତେବେଳେ ତାଙ୍କ ଚାଷ ଜମି ନଷ୍ଟ ହୋଇ ଯାଇଥିଲା ସେତେବେଳେ ଗୋଟେ ଟଙ୍କାର ସହାୟତା ମଧ୍ୟ ତାଙ୍କ ପାଖରେ ପହଞ୍ଚି ପାରି ନ ଥିଲା । ଯଦି କ୍ଷମତାରେ ଥିବା ଲୋକେ କୃଷକମାନଙ୍କ ପାଖକୁ ଯାଇ ତାଙ୍କ କଥା ବୁଝିଥାନ୍ତେ, ତେବେ କୃଷକମାନେ ଫସଲ ନଷ୍ଟ କରୁଥିବା ଅମାନିଆ ପଶୁର ନାଁ କ’ଣ ଦେଇଛନ୍ତି ତାହା ଜାଣି ପାରିଥାନ୍ତେ । ପ୍ରିୟଙ୍କାଙ୍କ ଅମାନିଆ ପଶୁ କଥା ନ ସରୁଣୁ ଲୋକେ ମୋଦୀ ଏବଂ ଯୋଗୀଙ୍କ ନାଁ ନେବା ଆରମ୍ଭ କରି ଦେଇଥିଲେ ।

ସମ୍ବନ୍ଧିତ ଖବର