ନୂଆଦିଲ୍ଲୀ: ମଙ୍ଗଳବାର ଦିନ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ କହିଛନ୍ତି: ଏବେ ଭାରତ ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ଚାଲେଞ୍ଜ୍ ହେଉଛି କର୍ମ ସଂସ୍ଥାନ ସୃଷ୍ଟି। ପୂର୍ବର କଂଗ୍ରେସ ସରକାର କର୍ମସଂସ୍ଥାନ ଯୋଗାଇବାରେ ବିଫଳ ହୋଇଥିବା କଥା ସ୍ୱୀକାର କରି ଗାନ୍ଧୀ କହିଛନ୍ତି ଯେ ଯେତେ ସଂଖ୍ୟକ ଚାକିରି ରହିବା କଥା ସେତେ ରହି ପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ମଧ୍ୟ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ବିଫଳ ହେଉଥିବା କଥା ଗାନ୍ଧୀ କହିଛନ୍ତି।
ଆମେରିକା ଗସ୍ତରେ ଥିବା ରାହୁଳ ଗାନ୍ଧୀ ନିଉୟର୍କସ୍ଥିତ ପ୍ରିନ୍ସେଟନ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଏକ ବୈଠକରେ ଭାଷଣ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେଠାରେ ଗାନ୍ଧୀ ବହୁଳାଂଶରେ ଚାକିରି ଏବଂ କର୍ମସଂସ୍ଥାନ ସମ୍ବନ୍ଧରେ କହିଥିଲେ।