କଂଗ୍ରେସର ପ୍ରଶ୍ନ କରିବାର ଅଧିକାର ନାହିଁ: ବିଜେପି

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ବିଚାରପତି ନିଯୁକ୍ତି ମାମଲାକୁ ନେଇ ବିବାଦ ବଢ଼ୁଥିବା ବେଳେ ଏନେଇ କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ର ସରକାର ମୁହଁ ଖୋଲିଛନ୍ତି। ଆଜି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର କଂଗ୍ରେସ ନିକଟରେ ନାହିଁ। କଂଗ୍ରେସ ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିବାର ଅନେକ ନଜିର୍‌ ରହିଛି। ତେଣୁ କଂଗ୍ରେସ ଅଯଥା ଯୁକ୍ତି ନକରୁ ବୋଲି ସେ କହିଛନ୍ତି। ବିଚାରପତି ନିଯୁକ୍ତି ମାମଲାରେ ଏନ୍‌ଡିଏ ସରକାର ସର୍ବାଧିକ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି ବୋଲି ରବି ଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର