ବିଜେପି ବିଧାୟକ ରାମ କଦମଙ୍କ ଜିଭ କାଟିବାକୁ ୫ ଲକ୍ଷ ଟଙ୍କା ଘୋଷଣା କଲେ କଂଗ୍ରେସ ନେତା ସୁବୋଧ ସାଓଜୀ

ନାଗପୁର: ଯିଏ ବିଜେପି ବିଧାୟକ ରାମ କଦମଙ୍କ ଜିଭ କାଟିବ ତାଙ୍କୁ ପୁରସ୍କାର ମିଳବ ବୋଲି ଗୁରୁବାର ଦିନ ମହାରାଷ୍ଟ୍ରର ଜଣେ ପୂର୍ବତନ ମନ୍ତ୍ରୀ ଘୋଷଣା କରିଥିବା କୁହାଯାଉଛି। ବିଧାୟକ ରାମ କଦମଙ୍କ ବିବୃତି: ‘ପୁଅ ଚାହୁଁଥିବା ଝିଅକୁ ଅପହଣ କରିବି’ ବଡ଼ ବିବାଦର କାରଣ ହୋଇଥିବାରୁ ପୂର୍ବତନ ମନ୍ତ୍ରୀ ତାଙ୍କ ଜିଭ କାଟିବାକୁ କହିଛନ୍ତି।

ପୂର୍ବ ମହାରାଷ୍ଟ୍ର ଅନ୍ତର୍ଗତ ବୁଲ୍‌ଧାନା ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମର ଭିଡିଓରେ କଂଗ୍ରେସ ନେତା ଓ ପୂର୍ବତନ ରାଜ୍ୟ ମନ୍ତ୍ରୀ ସୁବୋଧ ସାଓଜୀ କହୁଥିବାର ଶୁଣାଯାଉଛି ଯେ ଜଣେ ବିଧାୟକ ହିସାବରେ କଦମଙ୍କ ଏତାଦୃଶ ବିବୃତି ଅଶୋଭନୀୟ। ଯିଏ ଆଗେଇ ଆସି ତାଙ୍କ ଜିଭ କାଟି ପାରିବ ତାଙ୍କୁ ମୁଁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରୁଛି। ଭିଡିଓରେ ସାଓଜୀଙ୍କର ଏହି ବକ୍ତବ୍ୟ ସତ୍ୟ ଭଳି ମନେହେଉଛି।

ସୋମବାର ରାତିରେ ମୁମ୍ବାଇ ଠାରେ ତାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ଦହି ହାଣ୍ଡି କାର୍ଯ୍ୟକ୍ରମରେ ତରୁଣମାନଙ୍କୁ କଦମ କହିଥିଲେ: ଯେ କୌଣସି କାମ ସକାଶ ସେମାନେ ତାଙ୍କୁ ଭେଟି ପାରିବେ। ସେମାନେ କୌଣସି ଝିଅକୁ ସ୍ନେହ କରୁଥିବେ ତ ତାଙ୍କୁ ଜଣାଇବେ। ଯଦି ସେ ଝିଅ ପ୍ରସ୍ତାବ ଅଗ୍ରାହ୍ୟ କରେ ସେ ତାକୁ ଅପହରଣ କରି ଆଣିବେ।

ଜବାବ ତଲବ କରି ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ୍‌ କଦମଙ୍କୁ ତାଙ୍କ ବକ୍ତବ୍ୟ ପାଇଁ ନୋଟିସ୍‌ ଜାରି କରିଛି।

ସମ୍ବନ୍ଧିତ ଖବର