ଦିଗବିଜୟଙ୍କୁ ମନ୍ଦିରରେ ପୂରାଇ ନଦେବାକୁ ପୋଷ୍ଟର

ଭୋପାଳ : ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ ଏବେ ଜୋରଦାର ବିରୋଧ କରାଯାଇଛି। ଦିଗବିଜୟଙ୍କୁ ମ‌ନ୍ଦିରରେ ପୂରାଇ ନଦେବା ପାଇଁ ଏବେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି। ହିନ୍ଦୁ ସମାଜ ପକ୍ଷରୁ ଦିଗବିଜୟଙ୍କୁ ଜଣେ ହିନ୍ଦୁ ବିରୋଧୀ ବୋଲି କହି ତାଙ୍କୁ ମନ୍ଦିରରେ ପୂରାଇ ନଦେବାପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଗତ ମଙ୍ଗଳବାର ଦିନ ଦିଗବିଜୟ ସିଂହ ଏକ ବିବା‌ଦୀୟ ବୟାନ ଦେଇ କହିଥିଲେ,ଗେରୁଆ ବସ୍ତ୍ରଧାରୀ ବ୍ୟକ୍ତି ମନ୍ଦିରରେ ଦୁଷ୍କର୍ମ କରୁଛନ୍ତି।

ସମ୍ବନ୍ଧିତ ଖବର