ଆଉ ୧୪ ଦିନ ପାଇଁ ବଢିଲା ଶିବକୁମାରଙ୍କ ବିଚାରବିଭାଗୀୟ ହାଜତ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବିଚାରବିଭାଗୀୟ ହାଜତକୁ ଆଉ ୧୪ ଦିନ ପାଇଁ ବଢାଇଦେଇଛନ୍ତି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ତେବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ଆରଏମଏଲ ହସପିଟାଲରେ ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ ତାଙ୍କୁ ସେଠାରେ ରଖାଯିବ କିମ୍ବା ତିହାର ଜେଲରେ ରଖାଯିବ ତାହା ନିଷ୍ପତ୍ତି ନିଆଯିବ ।
ଗତ ୧୩ ତାରିଖରେ ତାଙ୍କ ହାଜତ ମିଆଦକୁ ୧୭ ପର୍ଯ୍ୟନ୍ତ ବଢାଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଆଜି ତାଙ୍କର ହାଜତ ମିଆଦ ଶେଷ ହୋଇଥିଲା । ଶିବକୁମାର ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି କୋର୍ଟଙ୍କୁ ଜଣାଇଥିଲା । ଏହା ପରେ ହାଜତ ମିଆଦ ବଢାଇବାକୁ ଇଡି ଆବେଦନକୁ କୋର୍ଟ ଗ୍ରହଣ କରିଥଲେ । ତେବେ ଶିବକୁମାରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାଉପରେ ନଜର ରଖିବାକୁ କୋର୍ଟ ଇଡିକୁ ପରାମର୍ଶ ଦେଇଛନ୍ତି । ଡିକେ ଶିବକୁମାରଙ୍କୁ ଲଗାତାର ୪ ଦିନ ଧରି ଜେରା କରିବା ପରେ ଗତ ସେପ୍ଟେମ୍ବର ୩ ତାରିଖ ଦିନ ଗିରଫ କରିଥିଲା ଇଡି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର