ରାୟପୁର: ଛତିଶଗଡ଼ରେ କଂଗ୍ରେସ ଦଳ ପୁଣି ଥରେ ଶାସନ କ୍ଷମତା ଅକ୍ତିଅାର କରିବା ଦିଗରେ ଅଗ୍ରସର ହେଉଛି। ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ୬୧ଟିରେ, ବିଜେପି ୧୯ଟିରେ ଓ ଅଜିତଯୋଗୀ-ମାୟାବତୀଙ୍କ ମେଣ୍ଟ ୮ଟି ଆସନରେ ଆଗୁଆ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳ ୮ଟାରୁ ଛତିଶଗଡ଼ ବିଧାନସଭାର ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଖୋଲାଯାଇ ଏହାର ଗଣନା କରାଯାଇଛି।
ଛତିଶଗଡ଼ର ପ୍ରାଥମିକ ନିର୍ବାଚନ ଫଳାଫଳ ଅନୁଯାୟୀ, ଛତିଶଗଡ଼ରେ କଂଗ୍ରେସ ଦଳ ଶାସକ ବିଜେପି ଆଗୁଆ ରହିଛି। ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ୬୧ଟିରେ, ବିଜେପି ୧୯ଟିରେ ଓ ଅଜିତଯୋଗୀ-ମାୟାବତୀଙ୍କ ମେଣ୍ଟ ୮ଟି ଆସନରେ ଆଗୁଆ ରହିଛନ୍ତି। ଛତିଶଗଡ଼ ନିର୍ବାଚନ ଫଳାଫଳ ବିଜେପି ବିଶେଷ କରି ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ବଡ଼ ଝଟକା ଲାଗିଛି। କଂଗ୍ରେସ ବର୍ତ୍ତମାନ ସରକାଗ ଗଢ଼ିବା ଏକପ୍ରକାର ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ୯୦ ବିଧାନସଭା ଆସନ ପାଇଁ ୧ହଜାର ୨ଶହ ୬୯ ଜଣ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ରଣାଙ୍ଗନରେ ପରସ୍ପରକୁ ଭେଟୁଛନ୍ତି। ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ଅଧିକ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ୭୬.୬୦ ପ୍ରତିଶତ ଭୋଟ୍ ପୁଲିଂ ହୋଇଛି।
ପ୍ରତି ଭୋଟ୍ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଛି। ଏଥିପାଇଁ ୫ହଜାର ୧୮୪ ଜଣ କର୍ମଚାରୀ ଭୋଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।