ବିକାଶରେ ପ୍ରତିବନ୍ଧକ ସାଜୁଛି କଂଗ୍ରେସ: ଜାଭଡେକର

ନୂଆଦିଲ୍ଲୀ: ଗୁଜରାଟ୍‌ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ଅଭିଯାନ ଜେର୍‌ଦାର ହୋଇଛି। ବିଜେପି ଓ କଂଗ୍ରେସ ମଧ୍ୟରେ ପରସ୍ପରକୁ ଦୋଷାରୋପ ମଧ୍ୟ ତୀବ୍ର ହୋଇଛି। ଆଜି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏହି ଦଳ ସର୍ବଦା ଜନ ବିରୋଧୀ କାମ କରିଆସିଛି ଏବଂ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି। କଂଗ୍ରେସର ସ୍ୱାର୍ଥବାଦୀ ଓ ଲୁଣ୍ଠନକାରୀ ଚରିତ୍ର ଯୋଗୁଁ ଗୁଜରାଟରେ କଂଗ୍ରେସର ବଡ଼ ଧରଣର ବିପର୍ଯ୍ୟୟ ଘଟିବ ଏବଂ ବିଜେପି ବିପୁଳ ବିଜୟର ସହ ପୁଣିଥରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି। ଗୁଜରାଟ୍‌ରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିବା ଜାଭଡେକର କହିଛନ୍ତି ଯେ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲାର ବାସିନ୍ଦାଙ୍କୁ ନର୍ମଦା ଜଳ ଯୋଗାଣ କ୍ଷେତ୍ରରେ ବିଜେପି ସରକାରଙ୍କ ପ୍ରୟାସ ସଫଳ ହୋଇଛି। କଂଗ୍ରେସ ନର୍ମଦା ପ୍ରକଳ୍ପ କାର୍ଯ୍ୟକୁ ସବୁବେଳେ ବିରୋଧ କରି ଆସିଥିବାରୁ ବିଜେପି ପ୍ରତି ଜନତାଙ୍କ ବିପୁଳ ସମର୍ଥନ ରହିଛି।

ସମ୍ବନ୍ଧିତ ଖବର