କଂଗ୍ରେସର ‘ସର୍ଜିକାଲ ଷ୍ଟ୍ରାଇକ୍‌’ ଡି ଏସ୍‌ ହୁଦାଙ୍କୁ ଜାତୀୟ ନିରାପତ୍ତା ଟାସ୍କ୍‌ ଫୋର୍ସ ଦାୟିତ୍ବ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ସର୍ଜିକାଲ ଷ୍ଟ୍ରାଇକ୍‌’ର ନେତୃତ୍ବ ନେଇଥିବା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡି ଏସ୍‌ ହୁଦାଙ୍କୁ ଆଜି ଗୁରୁ ଦାୟିତ୍ବ ଅର୍ପଣ କରିଛି। ରାହୁଲ ଜାତୀୟ ସୁରକ୍ଷା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରି ଭିଜନ୍‌ ପେପର୍‌ ପ୍ରସ୍ତୁତ କରିବା ଦାୟିତ୍ବ ହୁଦାଙ୍କୁ ଦେଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ହୁଦା ଏ ବାବଦରେ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରି ଭିଜନ୍‌ ପେପର୍‌ ପ୍ରସ୍ତୁତ କରିବେ ବୋଲି କହିଛନ୍ତି। ପୁଲୱାମା ଆକ୍ରମଣ ପରେ ଲେଫ୍‌ଟନାଣ୍ଟ ଜେନେରାଲ ହୁଦା ଶନିବାର ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ପାକିସ୍ତାନ ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଏ କ୍ଷେତ୍ରରେ ଅଧିକ ତର୍ଜମା ଜରୁରୀ। ସୂଚନାଯୋଗ୍ୟ ୨୦୧୬ରେ ଭାରତ ପାକ୍‌ ଅଧିକୃତ କଶ୍ମୀରରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ରେ ହୁଦା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହୁଦା ତାଙ୍କ କାର୍ଯ୍ୟକାଳରେ ସେନାର ଉତ୍ତର କମାଣ୍ଡ୍‌ ଦାୟିତ୍ବରେ ରହିଥିଲେ।

ସମ୍ବନ୍ଧିତ ଖବର