କଶ୍ମୀରରେ ବହୁତ କ୍ଷତି ଘଟିଛି: କଂଗ୍ରେସ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସରକାରରୁ ବିଜେପି ଓହରି ଆସିବାପରେ କଂଗ୍ରେସ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଜମ୍ମୁ କଶ୍ମୀର ରାଜ୍ୟକୁ ବିଜେପି ନଷ୍ଟ କରିଦେଇଛି। ଏବେ ନିଜ ଉପରକୁ ଆସୁଥିବା ସମାଲୋଚନାକୁ ବିଜେପି ହ୍ରାସ କରିବାକୁ ଚେଷ୍ଟା କରୁଛି। ଏଭଳି ପରିସ୍ଥିତିରେ ପିଡିପି ସହ ମେଣ୍ଟ କରାଯିବାର ପ୍ରଶ୍ନ ଉଠୁନୁ ବୋଲି ଆଜାଦ୍‌ ସ୍ପଷ୍ଟ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି-ପିଡିପି ସୁବିଧାବାଦୀ ମେଣ୍ଟ ସରକାର ରାଜ୍ୟରେ ନିଆଁ ଲଗାଇ ଦେଇଛନ୍ତି। ଏବେ ଏହି ସରକାରର କ୍ଷତି ଘଟିଥିଲେ ମଧ୍ୟ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆସନ୍ତା ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହିଁ ବିଜେପି ଏଭଳି ସୁବିଧାବାଦୀ ପଦକ୍ଷେପ ନେଇଛି ବୋଲି ରାହୁଲ କହିଛନ୍ତି। ବିଜେପି ଜମ୍ମୁ କଶ୍ମୀରରେ ପିଡିପି ସହ ମେଣ୍ଟ କରିବା ଏବଂ ଏବେ ମେଣ୍ଟରୁ ଓହରି ଆସିବା, ଉଭୟ ପ୍ରକ୍ରିୟ ଅନୈତିକ ଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା କବିଲ ଶିବଲ ଟ୍ଵିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର